ଜାତୀୟ

ମୁକେଶ ଅମ୍ବାନୀ କିଣିଲେ ସେଲ୍ଫ୍ ଡ୍ରାଇଭିଂ କାର୍, ୟୁଏସ୍ ରାଷ୍ଟ୍ରପତିଙ୍କ ପାଖରେ ବି ରହିଛି

ନୂଆଦିଲ୍ଲୀ() ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କାର୍ ସଉକ କଥା ତ ଆପଣ ମାନେ ଜାଣିଥିବେ ନିଶ୍ଚୟ । ତାଙ୍କ ପାଖରେ ପୂର୍ବରୁ ହିଁ ଜାଗୁଆର୍ ଲ୍ୟାଣ୍ଡ୍ ରୋଭର୍, ଟେସଲା, ଲମ୍ବୋରଗିନି, ରୋଲ୍ସ ରଏସ୍ ଭଳି ଆରାମଦାୟକ କାର୍ ରହିଛି । ଏବେ ସେ ଆଉ ଏକ ଲଗ୍ଜୁରିଅସ୍ କାର୍ ନିଜ ଗ୍ୟାରେଜ୍ କୁ ଆଣିବାକୁ ଯାଉଛନ୍ତି । କୋଟି କୋଟି ଟଙ୍କାର ଏହି ଏସୟୁଭି କାର୍ ହେଉଛି Cadillac Escalade । ଏହି କାର୍ ଆମେରିକୀ ରାଷ୍ଟ୍ରପତିଙ୍କ ପାଖରେ ବି ରହିଛି ।

ମୁକେଶ ଅମ୍ବାନୀଙ୍କ ଏହି କାର୍ ର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅମ୍ବାନୀଙ୍କ ଏହି କାର୍ ସିଲଭର୍ ରଙ୍ଗର । ଦୁନିଆରେ ଏହି କାର୍ ଅବରପତି ମାନଙ୍କ ପସନ୍ଦର ଗାଡ଼ି । ଏହି ଗାଡ଼ିରେ Cadillac OLED Display ଦିଆଯାଇଛି । ଏହା ତିନିଟି Curved ସ୍କ୍ରିନ୍ କୁ ଯୋଡ଼ି ତିଆରି କରାଯାଇଛି । ଏହାର ଡିସପ୍ଲେ ୩୮ ଇଞ୍ଚ୍ ସ୍ମାର୍ଟ ଟିଭି ତୁଳନାରେ ଖୁବ୍ ଭଲ ପିକ୍ସେଲ ଶୋ କରାଇଥାଏ । ଏଥିରେ ଜର୍ମାନ୍ କମ୍ପାନୀ AKG ର ୩୬ ସ୍ପିକର୍ ଅଡିଓ ସିଷ୍ଟମ୍ ବ୍ୟବହାର କରାଯାଇଛି ।

ଏହା ବ୍ୟତୀତ ଏହି କାର୍ ରେ ୱାୟର୍ ଲେସ୍ ଚାର୍ଜର୍, ସଫ୍ଟ କ୍ଲୋଜ୍ ଡୋର୍ସ, କ୍ରୁଜ୍ କଣ୍ଟ୍ରୋଲ ଆଦି ଫିଚର୍ ରହିଛି । ଏହି କାର୍ ର ସେଲ୍ଫ ଡ୍ରାଇଭିଂ ଫିଚର୍ ଟେକ୍ନୋଲୋଜିକୁ ସବୁ ଠାରୁ ଅଧିକ ସୁରକ୍ଷିତ ବୋଲି ଧରାଯାଇଥାଏ । କମ୍ପାନୀ ଏହି ଗାଡ଼ିରେ ଅନେକ କ୍ୟାମେରା ବ୍ୟବହାର କରିଛି । ଯାହା କାର୍ ବାହାରର ୪ ପଟର ଦୃଶ୍ୟ ଦେଖାଇଥାଏ । ସେଲ୍ଫ ଡ୍ରାଇଭିଂକୁ ସେଫ୍ କରିବା ପାଇଁ ଏଥିରେ ଲେନ୍ ଚେଞ୍ଜ, ଲେନ୍ ଚେଞ୍ଜ ଆଲର୍ଟ ଓ କଲିଜନ୍ ଆଲର୍ଟ ପରି ଫିଚର୍ ଦିଆଯାଇଛି । ଏହି ସିଷ୍ଟମ୍ ରେ ଯଦି କୌଣସି ପଶୁ କିମ୍ବା ଜିନିଷ କାର୍ ସାମନାକୁ ଆସୁଛନ୍ତି ତାହେଲେ କାର୍ ଆପେ ଆପେ ଅଟକିଯିବ ।

ଭାରତରେ ଏହି କାର୍ ଉପଲବ୍ଧ ନାହିଁ ଓ ଦେଶରେ ଏହାର ଦାମ୍ ୧ କୋଟିରୁ ଅଧିକ । ଯଦି ଆପଣ କୌଣସି ଅନ୍ୟ ଦେଶରୁ ଏହି ଗାଡ଼ିକୁ କିଣି ଭାରତକୁ ଆଣୁଛନ୍ତି ତାହେଲେ ଭାରତରେ ଏହାର ଦାମ୍ ୧.୩ କୋଟି ରୁ ଆରମ୍ଭ କରି ୧.୭ କୋଟି ଟଙ୍କା ପଡ଼ିଯାଉଛି । ତେବେ ଆମେରିକୀ ରାଷ୍ଟ୍ରପତି ଏହି କାର୍ ବ୍ୟବହାର କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com