ଜାତୀୟ

ଏଣ୍ଟ୍ରି କଲା ଚୀନ୍ : ଋଷକୁ ସମର୍ଥନ ଦେବାକୁ ଘୋଷଣା କଲେ ଜିନପିଙ୍ଗ୍, କିନ୍ତୁ ଅପିଲ କଲେ ଏମିତି

ନୂଆଦିଲ୍ଲୀ() ଆରମ୍ଭ ହୋଇଯାଇଛି ଘମାଘୋଟ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ ।  ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଆକ୍ରମଣ ଜୋର୍ ଧରିଛି। ଏହାରି ମଧ୍ୟରେ ଋଷକୁ ସମର୍ଥନ ଘୋଷଣା କରିଛି ଚୀନ ।

ଚୀନ କହିଛି ଯେ, ଆମେରିକା ସମେତ ଅନେକ ଦେଶ ଋଷ ୟୁକ୍ରେନକୁ ଅକ୍ତିଆର କରିଛି ବୋଲି ଖବର ଆସୁଛି । ଅକ୍ତିଆର ଶବ୍ଦ ଏଠାରେ ବ୍ୟବହାର କରିବା ଅନୁଚିତ । ଯଦି ଏହା ଅକ୍ତିଆର କରିବା ତେବେ ଆମେରିକା ଆଫଗାନିସ୍ତାନ ଓ ଇରାନ ଉପରେ କଣ କରିଥିଲା ବୋଲି ବେଜିଂ ପ୍ରଶ୍ନ କରିଛି । ଏହାସହ ଖୋଲାଖୋଲି ଭାବେ ଋଷକୁ ସମର୍ଥନ ଜଣାଇଛି ବେଜିଂ ।

ସୂଚନାଯୋଗ୍ୟ, ଗୁରୁବାର ସକାଳେ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ଋଷ । ମିସାଇଲ୍ ଆକ୍ରମଣ କରିଥିଲା କ୍ରେମଲିନ୍ । ଯେଉଁଥିରେ ୩୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆହୁରି ମଧ୍ୟ ଋଷ ଦାବି କରିଛି ଯେ, ନୌସେନାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି । ସମସ୍ତ ମିସାଇଲ୍ ସିଷ୍ଟମକୁ ଋଷ କବଜା କରିନେଇଛି । ଏପରିକି ବାୟୁସେନାକୁ ମଧ୍ୟ ଋଷ ଧ୍ୱଂସ କରିଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com