ଓଡ଼ିଶା

ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌, ନକଲି ଭତ୍ତା କାର୍ଡ!

ଆସିକା() ପଞ୍ଚାୟତ ଭୋଟ୍‌ ହାତେଇବା ପାଇଁ ବଣ୍ଟା ଯାଉଛି ଅସଲି ନୋଟ୍‌ ଓ ନକଲି ଭତ୍ତା କାର୍ଡ! ଭୋଟରଙ୍କ ମନ ଜିଣିବା ପାଇଁ  ସରପଞ୍ଚ ପ୍ରାର୍ଥୀ ଆପଣାଇଛନ୍ତି ଏପରି ପନ୍ଥା। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ। ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

ପୂରା ଘଟଣାଟି ଏମିତି। ଧରାକୋଟ ବ୍ଲକ୍‌ ଝାଡ଼ବନ୍ଦ ପଞ୍ଚାୟତର ବିଭିନ୍ନ ଗାଁରେ ଗତ ଦୁଇଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ବଣ୍ଟା ଯାଉଛି। ପଞ୍ଚାୟତର ୬୦ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ୫୦୦ ଟଙ୍କା ସହ ଭତ୍ତା କାର୍ଡ ଦିଆଯାଉଛି। ଆଉ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବାକୁ ଅନୁରୋଧ କରାଯାଉଛି। ଦୀର୍ଘ ଦିନ ଧାଆଁ ଦୌଡ଼ ପରେ ଘର ପାଖରେ ଭତ୍ତା ଟଙ୍କା ଓ କାର୍ଡ ମିଳୁଥିବାରୁ ବୟସ୍କଙ୍କ ମନରେ ଖୁସି ସଞ୍ଚାରିତ ହୋଇଯାଇଥିଲା।

ତେବେ ବୟସ୍କଙ୍କୁ ମିଳୁଥିବା ଭତ୍ତା କାର୍ଡରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ବିଡିଓଙ୍କ ସ୍ଵାକ୍ଷର ନଥିଲା। ତେଣୁ କାର୍ଡର ସତ୍ୟାସତ ଜାଣିବା ପାଇଁ କେତେକ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ସେଠାରୁ ଜଣାପଡ଼ିଲା, ପଞ୍ଚାୟତ ତରଫରୁ କୌଣସି ଭତ୍ତା କାର୍ଡ ବଣ୍ଟନ କରାଯାଇ ନାହିଁ। ଏହା ପରେ ଭତ୍ତା କାର୍ଡ ପାଇଥିବା ଲୋକମାନେ ଧରାକୋଟ ବ୍ଲକ୍‌ ଅଫିସରେ ଅଭିଯୋଗ କରିଥିଲେ।

ଗାଁର ଦୀନବନ୍ଧୁ ଗୌଡ଼ କହିଛନ୍ତି-“ମୋତେ ୭୭ ବର୍ଷ ହେଲାଣି। ୫୦୦ ଟଙ୍କା ସହିତ ମୋତେ ଗୋଟିଏ ଖାତା ଦେଇଛନ୍ତି। ଆଉ ଭୋଟ୍‌ ଦେବାକୁ କହିଛନ୍ତି। ତେବେ ଏଥିରେ କଣ ଲେଖାଯାଇଛି ମୁଁ ଜାଣିନି। ଖାତାରେ ବ୍ଲକ ଅଫିସ୍‌ର ଷ୍ଟାମ୍ପ ଲାଗି ନଥିବାରୁ ବିଡିଓଙ୍କୁ କହିବା ପାଇଁ ଆଜି ବ୍ଲକ ଅଫିସ୍‌ ଆସିଛି।”

Related Articles

Back to top button
WP Twitter Auto Publish Powered By : XYZScripts.com