Breaking NewsFeaturedଓଡ଼ିଶାରାଜନୀତି

ଓଡିଶା ବାସୀଙ୍କ ମଙ୍ଗଳ ପାଇଁ କଣ କରନ୍ତି ପାଣ୍ଡିଆନ, ଦେଖନ୍ତୁ ।

ମୁଁ ପ୍ରତି ଶନିବାର ଶ୍ରୀମନ୍ଦିର ଯାଏ । ଓଡିଶା ବାସୀଙ୍କ ମଙ୍ଗଳ ପାଇଁ । ମୁଁ ରାଜନୀତିକୁ ସେବା ପାଇଁ ଆସିଛି, କ୍ଷମତା ପାଇଁ ନୁହେଁ । ଲୋକସେବାର ପ୍ରତିଟି ଅର୍ଥ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଖେଇଛନ୍ତି । ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏମିତି କିଛି କହିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଏହାସହ ସେ ଆସାନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପାଣ୍ଡିଆନ କହିଛନ୍ତି କି ମୁଁ ଲଢିବିନି ବରଂ ଲୋକଙ୍କ ସେବା କରିବି । ତେବେ ଏଠାରେ କହିରଖୁଛୁ ଯେ, ଦୀର୍ଘ ୩ବର୍ଷ ପରେ ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକାରିଣୀ ବୈଠକ ।

ଯେଉଁଥିରେ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବିଜେଡି ସୁପ୍ରିମୋ । ଏହାସହ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ସମସ୍ତ କାର୍ଯ୍ୟକର୍ତାଙ୍କୁ କରିଥିଲେ ସମ୍ବୋଧନ । ଏହି ସମୟରେ ସେ ୨୦୨୪ ବିଧାନସଭା ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବେ ନାହିଁ ବୋଲି କହିଛନ୍ତି ପାଣ୍ଡିଆନ । ସେ କହିଥିଲେ ଜନସେବା ମୋର ମୂଳ ଲକ୍ଷ୍ୟ । ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ରହିଛି ଯଥେଷ୍ଟ ଭଲ ପାଇବା । ସେ ଦୁହିଁଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ । ଜଗତ ଠାକୁର ଶ୍ରୀ ଜଗନ୍ନାଥଙ୍କ ପ୍ରତି ମୋର ଅଗାଢ ବିଶ୍ୱାସ ରହିଛି । ମୁଁ ପ୍ରତି ଶନିବାର ଶ୍ରୀମନ୍ଦିର ଯାଏ । ମହାପ୍ରଭୁଙ୍କ କୃପା ମଧ୍ୟ ଓଡିଶା ଓ ଓଡିଶାବାସୀଙ୍କ ପ୍ରତି ରହିଛି । ସେଇଥିପାଇଁ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ସୁରୁଖୁରୁରେ ଚାଲିଛି । ତେବେ ଯିଏ ବି ବିଜୁ ଜନତା ଦଳକୁ ଆସନ୍ତି ତାଙ୍କର ସେଇ ସେବା ମନବୃତି ବା ଲୋକସେବାର ପରିକଳ୍ପନା ନେଇ ଆସିଥାନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

Related Articles

Back to top button
WP Twitter Auto Publish Powered By : XYZScripts.com