Featuredଜାତୀୟରାଜନୀତି

ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟ୍‌ଙ୍କ ଦେହାନ୍ତ

ମଲୟାଲମ୍‌ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟ୍‌ଙ୍କର ରବିବାର ରାତିରେ ଦେହାନ୍ତ ହୋଇଛି । କୋଚିସ୍ଥିତ ‘କୋଚି ଲେକ୍‌ସୋର୍‌ ହସ୍ପିଟାଲ୍‌’ରେ ଦେହାନ୍ତ ହୋଇଯାଇଛି।

‘ଏଲ୍‌ଡିଏଫ୍‌’ ଟିକେଟ୍‌ରେ ବିଜୟୀ ହୋଇ ୧୬ତମ ଲୋକସଭାରେ ଚଲାକୁଡ଼ୀ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରିଥିଲ। ମାର୍ଚ ୩ ତାରିଖରୁ ଚିକିତ୍ସାଧୀନ ଥିବା ଇନୋସେଣ୍ଟ୍‌ଙ୍କର ରବିବାର ଦିନ ହୃଦ୍‌ଘାତ ହୋଇଥିଲା। ଇନୋସେଣ୍ଟ୍‌ଙ୍କୁ କର୍କଟ ରୋଗ ହୋଇଥିବା କଥା ୨୦୧୨ରେ ଜଣାପଡ଼ିଥିଲା। କର୍କଟ ରୋଗରୁ ଆରୋଗ୍ୟ ହୋଇଛନ୍ତି ବୋଲି ୩ ବର୍ଷ ପରେ ସେ ଘୋଷଣା କରିବା ସହିତ ‘ଲାଫ୍ଟର୍‌ ଇନ୍‌ ଦି କ୍ୟାନ୍‌ସର୍‌ ୱାର୍ଡ’ ନାମକ ପୁସ୍ତକରେ କର୍କଟ ରୋଗ ବିପକ୍ଷରେ ତାଙ୍କ ସଂଗ୍ରାମ କଥା ଲେଖିଥିଲେ।

ଦୀର୍ଘ ୧୮ ବର୍ଷ ଧରି ଇନୋସେଣ୍ଟ୍‌ ‘ଆସୋସିଏସନ୍‌ ଅଫ୍‌ ମଲାୟାମ୍‌ ମୁଭି ଆକ୍ଟର୍ସ ଆସୋସିଏସନ୍‌’ର ଅଧ୍ୟକ୍ଷ ଥିଲେ। ସମାନ ଭାବେ ଗମ୍ଭୀର ଏବଂ ହାସ୍ୟରସ ଅଭିନୟ ପରିସ୍ଫୁଟନ କରିବାର ଦକ୍ଷତା ଯୋଗୁଁ ଇନୋସେଣ୍ଟ୍‌ ଦର୍ଶକମାନଙ୍କର ଆଦରଣୀୟ ହୋଇପାରିଥିଲେ। ମଲୟାଲମ୍‌, ତାମିଲ୍‌ ଓ କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପରେ ସେ ଅନ୍ୟୂନ ୭୫୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୨ରେ ମୁକ୍ତିଲାଭ କରିଥିବା ଏ. ବି. ରାଜ୍‌ଙ୍କ ‘ନୃତ୍ୟଶାଳା’ ଚଳଚ୍ଚିତ୍ର ହେଉଛି ଇନୋସେଣ୍ଟ୍‌ଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର। ଆଜି ସନ୍ଧ୍ୟାରେ ଇରିଞ୍ଜାଲାକୁଡ଼ାସ୍ଥିତ ସେଣ୍ଟ୍‌ ଟୋମାସ୍‌ କ୍ୟାଥେଡ୍ରାଲ୍‌ରେ ଆଜି ସନ୍ଧ୍ୟାରେ ତାଙ୍କ ମରଶରୀରକୁ କବର ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com