Featuredଓଡ଼ିଶା

ପୋଲିସ କର୍ମଚାରୀଙ୍କ ପାଇଁ କଟକଣା,ଶ୍ରୀମନ୍ଦିରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ଭୁବନେଶ୍ୱର: ଶ୍ରୀମନ୍ଦିରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା । ଏଣିକି ଶ୍ରୀମନ୍ଦିରକୁ ପୁଲିସ କର୍ମଚାରୀ ମାନେ ସ୍ମାର୍ଟଫୋନ ନେଇ ଯାଇପାରିବେ ନାହିଁ। ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଆସିଛି ପୁରୀ ପୋଲିସ। ଏଥର ଶ୍ରୀମନ୍ଦିରରେ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ନିୟୋଜିତ ହୋମଗାର୍ଡ, ଏସ୍‌ଓପି ଯବାଙ୍କ ସମେତ ସମସ୍ତ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ପାଳନ ନିମନ୍ତେ କୁହାଯାଇଛି। ତେବେ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ ଏସ୍‌ପି ଏଭଳି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com