ବାଣିଜ୍ୟ

ରାଜଧାନୀରେ ଗଡିବନି BS3 ଏବଂ BS4 ମଡେଲ ଗାଡି : ଅମାନିଆ ହେଲେ ୧୦ ହଜାର ଫାଇନ

ଭୁବନେଶ୍ୱର, ୩୧/୧୦/୨୦୨୨ –  ସହରରେ BS3 ଏବଂ BS4 ଡିଜେଲ ଚାରି ଚକିଆ ଗାଡି ଚଳାଚଳକୁ ରୋକିବା ପାଇଁ ସରକାରଙ୍କ ବଡ ପଦକ୍ଷେପ । ଦିଲ୍ଲୀ ପରିବହନ ବିଭାଗ ପୋଲିସର ସହାୟତାରେ ୧୨୦ ରୁ ଅଧିକ କାର୍ଯ୍ୟନିର୍ବାହୀ ଦଳ ନିୟୋଜିତ କରିଛନ୍ତି । ସହରର ଖରାପ ବାୟୁ ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ବାୟୁ ପ୍ରଦୂଷଣ ହେତୁ କେନ୍ଦ୍ରର ଏୟାର କ୍ୱାଲିଟି ପ୍ୟାନେଲ ଜାତୀୟ ରାଜଧାନୀ ଅଞ୍ଚଳର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ନିର୍ଗମନ ନିୟମ ପାଳନ କରୁନଥିବା ଯାନବାହନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ନିର୍ମାଣ ଓ ଭଙ୍ଗାରୁଜା କାମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଗାଡି ମାଲିକମାନଙ୍କୁ ପ୍ରଦୂଷଣ ଯାଞ୍ଚ ବିଷୟରେ ଅବଗତ କରାଯାଉଛି । ଯଦି କେହି ନିୟମକୁ ଅଣଦେଖା କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ସେମାନଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ବ୍ୟବସ୍ଥା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com