ଜାତୀୟ

ଝାଡ଼ଖଣ୍ଡ CM ଙ୍କ ନିକଟ ସମ୍ପର୍କୀୟଙ୍କ ଘରୁ ୨ଟି AK-47 ଜବତ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର ତଦନ୍ତରେ ୧୭ଟି ଠିକଣା ଉପରେ ଚଢଉ କରିଛି। ଏହି ସବୁ ଚଢ଼ଉ ପ୍ରେମ ପ୍ରକାଶଙ୍କ ବିଭିନ୍ନ ଠିକଣା ଉପରେ ଚାଲିଥିବା ବେଳେ ଇଡିକୁ ୨ଟି ଏକେ-୪୭ ରାଇଫଲ ମିଳିଛି। ପ୍ରେମପ୍ରକାଶ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟତମ। ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ର ଓ ବଚ୍ଚୁ ଯାଦବଙ୍କୁ ପଚରା ଉଚରା ପରେ ଇଡି ଏହି ଚଢ଼ଉ କରିଥିବା ବେଳେ ଏକେ-୪୭ ମିଳିବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସେପଟେ ବିହାରରେ ମଧ୍ୟ ସିବିଆଇ ଚଡଉ ଜାରି ରହିଛି। ଚାକିରୀ ବଦଳେ ଜମି ମାମଲାରେ ଚାଲିଥିବା ଏହି ଚଢଉ ପ୍ରାୟ ୨୪ଟି ସ୍ଥାନରେ ହୋଇଛି। ଏଥିରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅସଫାକ କରୀମ ଓ ଫୟାଜ ଅହମ୍ମଦଙ୍କ ଠିକଣାରେ ଏହି ସବୁ ଚଢଉ ଚାଲିଛି। ବିହାରରେ ଆରଜେଡି ନେତାଙ୍କ ଠିକଣା ଉପରେ ଏପରି ଏକ ସମୟରେ ସିବିଆଇ ଚଢଉ ଆରମ୍ଭ ହୋଇଛି ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୃହରେ ଫ୍ଲୋରଟେଷ୍ଟ ଦେବେ।

Related Articles

Back to top button
WP Twitter Auto Publish Powered By : XYZScripts.com