ଜାତୀୟରାଜନୀତି

ଭାରତର ଚତୁର୍ଦ୍ଦଶ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ, ୧୧/୦୮/୨୦୨୨-   ଭାରତର ଚତୁର୍ଦ୍ଦଶ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଗଦୀପ ଧନଖଡ । ଗୁରୁବାର ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି । ଶପଥ ନେବା ପୂର୍ବରୁ ଉପ ରାଷ୍ଟ୍ରପତି ଜଗଦୀପ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠକୁ ଯାଇ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏହାପରେ ଦିନ ୧୨ ଟାରେ ରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଥିଲେ । ରାଷ୍ଟ୍ରପ୍ରତି ଭବନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ସାମିଲ ଥିଲେ । ଜଗଦୀପ ଚିତ୍ତୋରଗଡ଼ର ସୈନିକସ୍କୁଲରୁ ଶିକ୍ଷାଲାଭ କରିବା ପରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ୍ କରି ରାଜସ୍ଥାନ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ୧୯୮୯ରେ ସେ ଝୁନଝୁନୁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଉପ ରାଷ୍ଟ୍ରପତି ହେବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com