ଜାତୀୟ

ସିଦ୍ଧୁ ମୁଜେୱାଲା ହତ୍ୟା ଘଟଣାରେ ଖୁଲାସା; ଅତି ନିକଟରୁ ଗୁଳି ମାରିଥିଲା ୧୯ ବର୍ଷୀୟ ଅଙ୍କିତ

ନୂଆଦିଲ୍ଲୀ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ବିଭାଗ ଅଙ୍କିତ ସେରସା ଏବଂ ତାର ସାଥି ସଚିନ ଭିବାନୀଙ୍କୁ ଗିରଫ କରିଛି । ପୋଲିସ ଦିଲ୍ଲୀ ଆଇଏସବିଟିରୁ ଅଭିଯୁକ୍ତମାନଙ୍କୁ ଧରିଛି । ତେବେ ପଚରାଉଚୁରାରୁ ବଡ ଖୁଲାସା ହୋଇଛି  । ମୁଜେୱାଲାଙ୍କୁ ୧୯ ବର୍ଷିୟୀ ଅଙ୍କିତ ଅତି ନିକଟକରୁ ଗୁଳି ମାରିଥିଲା । ପୋଲିସ କହିବା ଅନୁସାରେ, ଅଙ୍କିତର ଏହା ପ୍ରଥମ ହତ୍ୟା । ଦୁଇ ହାତରେ ଗୁଳି ଚଳାଇଥିଲା ଅଙ୍କିତ । ଅଙ୍କିତ ରାଜସ୍ଥାନରେ ହତ୍ୟା ଉଦ୍ୟମର ଦୁଇଟି ଅନ୍ୟ ଜଘନ୍ୟ ମାମଲାରେ ମଧ୍ୟ ସାମିଲ ଥିଲା । କିନ୍ତୁ ଏହି ହତ୍ୟା ପ୍ରଥମଥର କରିଛି । ଅଙ୍କିତ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସଦସ୍ୟ ଅଟେ । କେବଳ ନବମ ପର୍ଯ୍ୟନ୍ତ ପାଠ ପଢିଛି ଅଙ୍କିତ । ଦୁଇଜଣ ଅଭିଯୁକ୍ତ ୭ ଜୁନରୁ ଗୁଜୁରାଟର କଚ୍ଛରେ ଲୁଚିଥିଲେ । ହରିୟାଣାର କେସୋନିପତର ଗାଁ ସେରସାରେ ଅଙ୍କିତର ଘର ।

ଅଙ୍କିତ ସହ ଧରାପଡିଥିବା ଅନ୍ୟ ଅଭିଯୁକ୍ତ ସଚିନ ଭିବାନୀ ମୁଜେୱାଲାଙ୍କ ହତ୍ୟା ଘଟଣାରେ ସାମିଲ ୪ଜଣଙ୍କୁ ଆଶ୍ରୟ ଦେଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସବୁ କାର୍ଯ୍ୟକୁ ସମ୍ଭାଳୁଥିଲା ସଚିନ । ଅଭିଯୁକ୍ତମାନଙ୍କ ପାଖରୁ ୯ଏମଏମ ବୋରର ଏକ ପିସ୍ତଲ, ୧୦ ଅଫୁଟା ଗୁଳି, ୨.୩୦ ଏମଏମ ବୋରର ଏକ ପିସ୍ତଲ, ୯ଟି ଅଫୁଟା ଗୁଳି ଜବତ କରାଯାଇଛି  । ଏହାବ୍ୟତୀତ ଏକ ଡଙ୍ଗଲ, ସିମ୍, ପୋଲିସ ବର୍ଦ୍ଦି ସହ ମୋବାଇଲ ଜବତ ହୋଇଛି । ଗାୟକ ମୁଜେୱାଲାଙ୍କ ହତ୍ୟା ପାଇଁ ଏକେ-୪୭ ୟୁପିର ବୁଲନ୍ଦସହରରୁ କିଣାଯାଇଥିଲା  । ଏହି ହତ୍ୟାକାଣ୍ଡର ଯାଞ୍ଚ କରୁଥିବା ଏଜେନ୍ସିକୁ ଏହି ସୂଚନା ପଚରାଉଚୁରା ସମୟରେ ମିଳିଛି । ୨୯ ମଇରେ ୪ ଅଭିଯୁକ୍ତ ସିଦ୍ଧୁ ମୁଜେୱାଲାଙ୍କୁ ପଞ୍ଜାବ ମାନସା ଜିଲ୍ଲାରେ ଆଖିବୁଝା ଗୁଳିମାଡ଼ କରି ହତ୍ୟା କରିଥିଲେ । ହତ୍ୟା ପୂର୍ବରୁ ଏକ ହୋଟେଲରେ ରହି ଯୋଜନା କରି କରିଥିଲେ  ।

Related Articles

Back to top button
WP Twitter Auto Publish Powered By : XYZScripts.com