Featuredଜାତୀୟରାଜନୀତି

କଂଗ୍ରେସ ଡାକିଲା ଜରୁରୀ ବୈଠକ

ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ କଂଗ୍ରେସ ଡାକିଲା ଜରୁରୀ ବୈଠକ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ସଂଧ୍ୟା ୫ଟାରେ ବୈଠକ ବସିବ । ଏଥିପାଇଁ ଷ୍ଟିୟରିଂ କମିଟି ସଦସ୍ୟ, ପିସିସି ସଭାପତି ଓ ସିଏଲପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ଅଧ୍ୟକ୍ଷତା କରିବେ । ବିଭିନ୍ନ ରାଜ୍ୟରେ ଏନେଇ ପ୍ରତିବାଦ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିପାରେ ଦଳ ।

ପାର୍ଲାମେଣ୍ଟ ହାଉସରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ମଧ୍ୟ ଦଳ ଯୋଜନା କରୁଥିବା ସୂଚନା ମିଳିଛି । ପଦଯାତ୍ରା ପରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇପାରେ ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସରନେମ୍’କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ମହଙ୍ଗା ପଡ଼ିଛି । ଏସଂକ୍ରାନ୍ତ ମାନହାନି ମାମଲାରେ ସୁରଟ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com