ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ବିରୋଧୀ ଦଳ ବିଜେପିକୁ ଟା‌ର୍ଗେଟ କଲେ ନିତୀଶ

ଆରଜେଡି ସହ ମେଣ୍ଟ କରି ବୁଧବାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ। ଶପଥ ଗ୍ରହଣ ପରେ ପରେ ସେ ବିରୋଧୀ ଦଳ ବିଜେପିକୁ ଟା‌ର୍ଗେଟ କରିବାକୁ ଭୁଲି ନାହାନ୍ତି। ଶପଥ ଗ୍ରହଣ ପ‌ରେ ଜେଡି(ୟୁ) ନେତା ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ପ୍ରଶ୍ନ କରାଯାଇଥିଲା। ୨୦୨୪ରେ ବିରୋଧୀ ଦଳ ପକ୍ଷରୁ ନୀତୀଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ‌କି ବୋଲି ପ୍ରଶ୍ନ କରାଯିବା ପରେ ସେ କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁନାହିଁ। ଯେଉଁମାନେ ୨୦୧୪ରେ କ୍ଷମତାକୁ ଆସିଥିଲେ ସେମାନେ ୨୦୨୪ରେ ବିଜୟୀ ହେବେ କି? ମୁଁ ସମସ୍ତ ବିରୋଧୀ ଦଳଙ୍କୁ ଏହା କହିବାକୁ ଚାହେଁ ଯେ ସେମାନେ ୨୦୨୪ପାଇଁ ଏକଜୁଟ ହେବା ଉଚିତ୍। ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଦୌଡ଼ରେ ନାହିଁ। ୨୨ବର୍ଷ ମଧ୍ୟରେ ଆଜି ଅଷ୍ଟମ ଥର ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୦୦୦ ମସିହାରେରେ ସେ ସର୍ବପ୍ରଥମେ ୭ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com