ବାଣିଜ୍ୟ

ମୁମ୍ବାଇ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ ,ବିଜେପିକୁ ଘେରିଲେ କଂଗ୍ରେସ

ଭୁବନେଶ୍ୱର,୧୪/୦୨/୨୦୨୩ –    ଆୟକର ବିଭାଗ ମଙ୍ଗଳବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର BBC କାର୍ଯ୍ୟାଳୟରେ ଟିକସ ଫାଙ୍କିବା ଅଭଯୋଗରେ ଚଢ଼ାଉ କରିଛି । ୨୦୦୨ ଗୁଜୁରାଟ ଦଙ୍ଗା ଏବଂ ଭାରତ ଉପରେ ବିବିସି ଦୁଇ ଭାଗ ବିଶିଷ୍ଟ ଡକ୍ୟୁମେଣ୍ଟାରୀ ପ୍ରସାରଣ କରିବାର ସପ୍ତାହେ ପରେ ଏହି ଚଢ଼ାଉ କରାଯାଉଛି। ଆୟକର ବିଭାଗ କମ୍ପାନୀର ବ୍ୟବସାୟ କାର୍ଯ୍ୟ ଏବଂ ଏହାର ଭାରତୀୟ ୟୁନିଟ୍ ସହ ଜଡିତ ଡକ୍ୟୁମେଣ୍ଟଗୁଡିକୁ ଅନୁସନ୍ଧାନ କରୁଛି ।

BBC କର୍ମଚାରୀଙ୍କ ଅନୁଯାୟୀ ଆୟକର ବିଭାଗର ୧୫ ଜଣ ଲୋକ ସର୍ଚ୍ଚ ଅପରେସନ କରୁଛନ୍ତି । କୁହାଯାଉଛି ଯେ ଆୟକର ବିଭାଗ ଖୁବ ଶୀଘ୍ର ଏହି ସର୍ଭେ ବିଷୟରେ ସୂଚନା ଦେବ । BBC କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ଜବତ ହୋଇଛି, ସିଷ୍ଟମ୍ ବ୍ୟବହାର କରିବାରେ ବାରଣ କରାଯାଇଛି । ଆକାଉଣ୍ଟ ଅଫିସରେ ରଖାଯାଇଥିବା କମ୍ପ୍ୟୁଟରର ତଥ୍ୟ ଯାଞ୍ଚ କରାଯାଉଛି । କୌଣସି କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ନାହିଁ ଏବଂ କିଛି କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । କର୍ମଚାରୀମାନଙ୍କୁ ସିଷ୍ଟମ ବ୍ୟବହାର ନ କରିବାକୁ କିମ୍ବା ଅଫିସକୁ ଆସିବାକୁ କୁହାଯାଇଛି । କର୍ମଚାରୀମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଫୋନ୍ ବ୍ୟବହାର କରିବାକୁ ମଧ୍ୟ ବାରଣ କରାଯାଇଛି।

ଏହି ସମୟରେ BBC କାର୍ଯ୍ୟାଳୟରେ ଆୟକର ବିଭାଗର ସର୍ଭେକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ​​ଏବଂ ଏହାକୁ ଏକ ଘୋଷିତ ଜରୁରୀକାଳୀନ ପରିସ୍ଥିତି ବୋଲି କହିଛି । ଦଳ କହିଛି, ‘ପ୍ରଥମେ ବିବିସି ଡକ୍ୟୁମେଣ୍ଟାରୀ ଆସିଥିଲା, ଏହାକୁ ବାରଣ କରାଯାଇଥିଲା । ବର୍ତ୍ତମାନ ବିସିସିଆଇରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। “କର୍ମଚାରୀଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com