ବାଣିଜ୍ୟ

ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ମୁକ୍ତି :ଅର୍ଥମନ୍ତ୍ରୀ

ରାଜ୍ୟ ତଥା ଦେଶରେ ସମସ୍ତ ଜିନିଷର ଦରଦାମ ହୁହୁ ହୋଇ ବଢି ଚାଲିଛି । ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଖାଇବା ତେଲ, ପନିପରିବା ଏବଂ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାରି ମଧ୍ୟରେ ଅର୍ଥମନ୍ତ୍ରାଳୟ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁତିରେ କୁହାଯାଇଛି , ଖରିଫ ଫସଲ ଆସିବା ସହିତ ଆସନ୍ତା କିଛି ମାସ ମଧ୍ୟରେ ମୁଦ୍ରାସ୍ପୀତି ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏଥିସହିତ ବ୍ୟବସାୟରେ ମଧ୍ୟ ଉନ୍ନତି ହେବାର ସମ୍ଭାବମନା ରହିଛି । ତେବେ ମାସିକ ଅର୍ଥନୈତିକ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହି ସୂଚନା ଦେଇଛନ୍ତି ।

ତେବେ ଅର୍ଥମାନ୍ତ୍ରୀଙ୍କ ସୂଚନା ଅନୁଯାୟୀ,ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୭୭ ପ୍ରତିଶତକୁ ଖସି ଆସିଛି। ଯାହାକି ସେପ୍ଟେମ୍ବର ତୁଳନାରେ କମ୍ ଅଟେ । ତେବେ ଚଳିତ ବର୍ଷ ଜାନୁୟାରୀରୁ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କ ସ୍ଥିର କରିଥିବା ସୀମାଠାରୁ ୨ ରୁ ୬ ପ୍ରତିଶତ ବାହାରେ ଚାଲିଛି। ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟୋମାସିକ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ତଳକୁ ଖସିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଶା କରାଯାଉଥିଲା। ତେବେ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ହାର କମ୍ ରହିଛି,ଯାହାକି ଅନେକ ଖାଉଟିଙ୍କୁ ଆଶ୍ୱସ୍ତି କରିଛି । ଏହି ହ୍ରାସ ଆଗକୁ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଆନ୍ତର୍ଜାତୀୟ ଦ୍ରବ୍ୟର ମୂଲ୍ୟରେ ହ୍ରାସ ଏବଂ ବଜାରରେ ଖରିଫ ଫସଲ ଆସିବା କାରଣରୁ ମୁଦ୍ରାସ୍ଫୀତି ହ୍ରାସ ପାଇବ।

 

Related Articles

Back to top button
WP Twitter Auto Publish Powered By : XYZScripts.com