ବାଣିଜ୍ୟ

ସରକାରୀ ହାଇସ୍କୁଲରେ ସୃଷ୍ଟି କରାଯିବ ଅତିରିକ୍ତ ଶିକ୍ଷକ ପଦବୀ

ଭୁବନେଶ୍ୱର, ୧୮ /୧୦/୨୦୨୨-   ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ବଢୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ସରକାରୀ ହାଇସ୍କୁଲରେ ଅତିରିକ୍ତ ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଦକ୍ଷତା ବଢାଇବାକୁ ଆଉଟ ସୋର୍ସିଂ ଜରିଆରେ ୮ ହଜାର କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତ ହେବେ । ସୋମବାର ନବମ ଏବଂ ଦଶମ ଶ୍ରେଣୀ ପାଇଁ ନୂତନ ପାଠ୍ୟକ୍ରମ ଯୋଡାଯିବା ନେଇ ଘୋଷଣା କରାଯାଇଥିଲା ।

ଏହାକୁ ସଫଳ ରୂପ ଦେବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ଏହି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ବୁଧବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠକରେ ଅର୍ଥ ସଚିବ, ଉଚ୍ଚଶିକ୍ଷା ସଚିବ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେବେ । ଆସନ୍ତାକାଲି ବସିବାକୁ ଥିବା ବୈଠକରେ ରାଜ୍ୟର ୬୪୮ ଅନୁଦାନପ୍ରାପ୍ତ ହାଇସ୍କୁଲ ଟେକ ଓଭର ଏବଂ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି ଓ ସପ୍ତମ ବେତନ କମିଶନ ବ୍ୟବସ୍ଥାରୁ ବାଦ୍ ପଡିଥିବା କମର୍ଚାରୀଙ୍କ ବାବଦରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com