ବାଣିଜ୍ୟ

ଗାଡ଼ି ପାର୍କିଂ ନେଇ BMC ଜାରି କଲା ତାଲିକା

ଭୁବନେଶ୍ୱର, ୧୮ /୧୦/୨୦୨୨-   ଭୁନେଶ୍ୱରରେ ଗାଡ଼ି ଧରି ବାହାରିଲେ ଏକ ବଡ ସମସ୍ୟା ହେଉଛି ଗାଡି ପାର୍କିଂ । କେଉଁଠି ଗାଡ଼ି ରଖିଲେ ସୁବିଧା ଏବଂ ସୁରକ୍ଷିତ ରହିବ ସେଥିପାଇଁ BMC ପାର୍କିଂ ସ୍ଥଳୀର ବ୍ୟବସ୍ଥା କରିଛି । କାରଣ ଏବେ ରାଜଧାନୀରେ ବିନା ଲାଇସେନ୍ସରେ ଏକାଧିକ ପାର୍କିଂ ଖୋଲିବାରେ ଲାଗିଛି । ଯେଉଁଠାରେ ଗାଡ଼ି ରଖିଲେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିପାରେ । ଏହି ପାର୍କିଂ ବ୍ୟବସ୍ଥାକୁ ନେଇ BMC ଏକ ପାର୍କିଂ ତାଲିକା ଜାରି କରିଛି । ଯେଉଁଥିରେ ଲେଖା ରହିଛି କେଉଁଠାରେ ଆପଣଙ୍କର ଗାଡ଼ିକୁ ପାର୍କିଂ କରିପାରିବେ ।

ନୂଆ ପାର୍କିଂ ତାଲିକାରେ ଦକ୍ଷିଣ ପୂର୍ବ ଜୋନରେ ୧୧ଟି , ଦକ୍ଷିଣ-ପଶ୍ଚିମ ଜୋନରେ ଦୁଇଟି, ଉତ୍ତର ଜୋନରେ ୩ଟି ସରକାରୀ ପାର୍କିଂ ସ୍ଥଳୀ ରହିଛି । ଏଥିସହିତ ଏହିସବୁ ପାର୍କିଂ ସ୍ଥଳୀରେ ଏକ ନିର୍ଦ୍ଧାରିତ ଦର ମଧ୍ୟ ଧାର୍ଯ୍ୟ କରାଯାଇଛି । ଦୁଇ ଏବଂ ୩ ଚକିଆ ଯାନ ପାଇଁ ୫ ଟଙ୍କା, ଏବଂ କାର ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଛି । ଯଦି ଏହି ସବୁ ପାର୍କିଂରେ ବେଆଇନ ଭାବରେ ନିର୍ଦ୍ଧାରିତ ଟଙ୍କା ଠାରୁ ଅଧିକ ଆଦାୟ କରାଯାଏ ତେବେ ସେହି ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି BMC କହିଛି । ଏହି ସବୁ ପାର୍କିଂ କୁ ନଜରରେ ରଖିବା ପାଇଁ ଏକ ସ୍ପତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।

ମନଇଚ୍ଛା ଫି ଆଦାୟ କରାଯାଉ ଥିବାରୁ ଭୁବନେଶ୍ୱରର ଏକାଧିକ ସ୍ଥାନରେ BMC ପକ୍ଷରୁ ପାର୍କିଂ ବ୍ୟବସ୍ଥାକୁ ମନା କରାଯାଇଛି। ଏହା ବ୍ୟତୀତ ନକଲି ରସିଦ ଛାପି ସଂସ୍ଥାମାନ ଫି ଆଦାୟ କରୁଛନ୍ତି । ସେହିପରି କେତେକ ସ୍ଥାନରେ ଖୋଦ ଟେଣ୍ଡର ଧାରୀ ସାମିଲଥିବା ଅଭିଯୋଗ ହୋଇଛି । ଗତ ମାସରେ ପ୍ରାୟ ୪ରୁ ଅଧିକ ନକଲି ଫି ଆଦାୟ କାରୀଙ୍କୁ ପୋଲିସ ଧରିଥିଲା । ଯେଉଁଥିପାଇଁ BMC ପକ୍ଷରୁ ନୂଆ ପାର୍କିଂ ତାଲିକା ଜାରି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com