ବାଣିଜ୍ୟ

ଆସିଲା ଅର୍ଚ୍ଚନା ନାଗ ହାର୍ଡଡିସ୍କର ସମସ୍ତ ଡାଟା

 ଭୁବନେଶ୍ୱର ୨୦/୧୨/୨୦୨୨-    ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ହାର୍ଡଡିସ୍କର ସମସ୍ତ ଡାଟା ଦେଇଛି SFSL । ମୋବାଇଲରୁ ଡିଲିଟ ହୋଇଥିବା ଚାଟ, ଲାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ଗୋଟିଏ କପି କୋର୍ଟ, ଅନ୍ୟଟି ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛି ନ୍ତି SFSL । କମିସନରେଟ ପୁଲିସ ପକ୍ଷରୁ SFSL ନିକଟକୁ ଅର୍ଚ୍ଚନାର ମୋବାଇଲ, ଲାପଟପ ଓ ପେନଡ୍ରାଇଭ ପଠା ଯାଇଥିଲା । ଫରେନସିକ ରିପୋର୍ଟ ଆସିବା ପରେ ବଡ଼ ଖୁଲାସା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନାର କେଉଁ ବଡ଼ବଡ଼ିଆଙ୍କ ସହ ହନିଟ୍ରାପ ଡିଲ୍ ଥିଲା ଓ ସେ ଏହା ଜରିଆରେ କେତେ ଟଙ୍କା କାହାଠାରୁ ନେଇଛନ୍ତି, ତ‌ାହାର ଖୁଲାସା ହେବାର ସମ୍ଭାବନା ଅଧିକ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଆର୍ଥିକ କାରବାର ନେଇ ଖୋଳତାଡ କରୁଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ ଏବେ ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com