ବାଣିଜ୍ୟ

ଆଜି ଠାରୁ ଦେଶର ନୂଆ ଆର୍ଥିକ ବର୍ଷ

ଭୁବନେଶ୍ୱର, ୦୧/୦୪/୨୦୨୩ –   ଏପ୍ରିଲ ୧ରୁ ଆରମ୍ଭ ହେଉଛି ଦେଶର ନୂଆ ଆର୍ଥିକ ବର୍ଷ । ଏଥିସହିତ କେତେକ କ୍ଷେତ୍ରରେ ନୂଆ ଆଇନ ଲାଗୁ ହୋଇଛି । ଏହି ପରିବର୍ତ୍ତନ ଲୋକଙ୍କ ଅର୍ଥ ଓ ଏହାର ଟ୍ୟାକ୍ସକୁ ପ୍ରଭାବିତ କରିବ । ନୂଆ ଟିକସ ବ୍ୟବସ୍ଥା ଡିଫଲ୍ଟ ଢାଞ୍ଚାରେ ପରିଣତ ହେବ । ଅର୍ଥାତ୍ ଟିକସଦାତା ଯଦି କୌଣସି ବିକଳ୍ପ ଚୟନ ନରକନ୍ତି, ତେବେ ନୂଆ ବିକଳ୍ପକୁ ଚୟନ କରିଛନ୍ତି ବୋଲି ମନେ କରାଯିବ । ସେହିପରି ନୂଆ ଟିକସ ବ୍ୟବସ୍ଥାରେ ମୌଳିକ ଛାଡ଼ ସୀମା ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଛଡ଼ା ବଜାରରେ କେବଳ ହଲମାର୍କ ବିଶିଷ୍ଟ ସୁନା ଗହଣ ବିକ୍ରି କରାଯିବ ।

ନୂଆ ଆଇନ ଅନୁସାରେ ଯଦି ୨୦୨୩-୨୪ ଆର୍ଥିକ ବର୍ଷରେ ଜଣଙ୍କ ଆୟ ୭ଲକ୍ଷ ଟଙ୍କା ଏବଂ ନୂଆ ଟିକସ ବ୍ୟବସ୍ଥାକୁ ବାଛନ୍ତି, ତେବେ ତାଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । କାରଣ ନୂଆ ଟିକସ ବ୍ୟବସ୍ଥାରେ ଆୟକର ଆଇନର ଧାରା ୮୭-ଏ ଅନୁସାରେ ଆୟକର ଛାଡ଼ ୧୨ହଜାର ୫୦୦ ଟଙ୍କାରୁ ୨୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପରିବର୍ତ୍ତନ ଦ୍ୱାରା ଆୟକର ନିୟମ, ସୁନା ହଲମାର୍କ ଓ LPG ଇତ୍ୟାଦି ଉପରେ ବିଭିନ୍ନ ପ୍ରକାର ନୂଆ ନିୟମ କାର୍ଯ୍ୟକାରୀ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com