ବାଣିଜ୍ୟ

୨୦୨୨ ରେ ଭାରତରୁ ୮ ହଜାର କୋଟିପତି ଦେଶ ଛାଡିଛନ୍ତି

ଭୁବନେଶ୍ୱର, ୨୯/୧୧/୨୦୨୨-  ୨୦୨୨ ରେ ଭାରତରୁ ୮ ହଜାର କୋଟିପତି ଦେଶ ଛାଡି ବିଦେଶ ପଳାଇ ଯାଇଛନ୍ତି । ଏହି କୋଟିପତିମାନଙ୍କ ମଧ୍ୟରେ କିଛି ଭାରତୀୟ ଥିବା ଜଣାପଡ଼ିଛି । ଏହାପରେ ଏହି ତାଲିକାରେ ଭାରତର ସ୍ଥାନ ବିଶ୍ୱରେ ତୃତୀୟକୁ ବୃଦ୍ଧି ପାଇଛି । ଏହି ତାଲିକାରେ ଋଷ ପ୍ରଥମ ସ୍ଥାନରେ ଏବଂ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ ଦେଶଛାଡିଥିବା କୋଟିପତିମାନେ ବିଶେଷ ଭାବେ ସିଙ୍ଗାପୁର, ୟୁଏଇ ଏବଂ  ଅଷ୍ଟ୍ରେଲିଆ ଭଳି ଦେଶକୁ ଚାଲି ଯାଇଛନ୍ତି । ଏହି କ୍ରମରେ ନିଜ ନିଜର ଦେଶଛାଡିଥିବା କୋଟିପତିଙ୍କ ମଧ୍ୟରୁ ୟୁଏଇକୁ ୪ ହଜାର, ଅଷ୍ଟ୍ରେଲିଆକୁ ୩.୫ ହଜାର ଏବଂ ସିଙ୍ଗାପୁରକୁ ୨.୮୦୦ କୋଟିପତି ଆସିଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବା ଋଷରୁ ୧୫ ହଜାର, ଦ୍ୱିତୀୟରେ ଥିବା ଚୀନରୁ ୧୦ ହଜାର ଏବଂ ଭାରତରୁ ୮ ହଜାର କୋଟିପତି ଦେଶ ଛାଡିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com