ବାଣିଜ୍ୟ

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ‘ଶିଶୁ ଶ୍ରେଣୀ’

ଭୁବନେଶ୍ୱର, ୦୬/ ୦୩/ ୨୦୨୩ –   ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ଶିଶୁ ଶ୍ରେଣୀ’ । ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରୁଥିଲେ । ଏବେ ନୂଆ ବ୍ୟବସ୍ଥା ଅନୁଯାୟୀ ପିଲାମାନେ ଅଙ୍ଗନୱାଡ଼ି ଶେଷ କରିବା ପରେ ଆଉ ୧ ବର୍ଷ ପାଇଁ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ ।

ଏହି ‘ଶିଶୁ ଶ୍ରେଣୀ’ ଲାଗି ୨ଜଣ ଶିକ୍ଷକ ଓ ଜଣେ କାଉନସେଲର ନିୟୋଜିତ ହେବେ । ଏଠାରେ ନାମଲେଖା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ପ୍ରାୟ ୨ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ । ପିଲାଙ୍କ ବୌଦ୍ଧିକ ବିକାଶ ସହିତ ଖେଳକୁଦ ମାଧ୍ୟମରେ ପ୍ଲେ-ସ୍କୁଲ୍‍ ଢାଞ୍ଚାରେ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ବର୍ତ୍ତମାନ ମୋଟ ୬୫ ହଜାର ୨୭୯ଟି ପ୍ରାଥମିକ ସ୍କୁଲ ରହିଛି । ସେଥିରୁ ୫୦ ହଜାର ୫୨୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଏଥିରେ ସାମିଲ ହେବେ । ତେବେ ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ସୁବିଧା ଥିବ ସମ୍ପୃକ୍ତ ସ୍କୁଲରେ ‘ଶିଶୁ ଶ୍ରେଣୀ’ ଖୋଲାଯିବ ନାହିଁ । ପ୍ରତ୍ୟେକ ଶିଶୁଶ୍ରେଣୀ ଲାଗି ପ୍ରାୟ ୫୦ହଜାର ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଯେଉଁ ସ୍କୁଲରେ ଭିତ୍ତିଭୂମିର ଅଭାବ ରହିଛି ସେହି ସ୍କୁଲରେ ଏହି ଯୋଜାନା କାର୍ଯ୍ୟକାରୀ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com