ବାଣିଜ୍ୟ

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର, ୨୬/୧୧/୨୦୨୨ –   କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ୨୦୧୯, ୨୦୨୦ ଏବଂ ୨୦୨୧ ତିନି ବର୍ଷ ପାଇଁ ଘୋଷିତ ହୋଇଛି । ଏଥିସହିତ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ମଧ୍ୟ ୩ ବର୍ଷ ପାଇଁ ଘୋଷଣା କରାଯାଇଛି ।  ଓଡ଼ିଶାରୁ ୪ ଜଣ ଏକାଡେମୀ ପୁରସ୍କାର ଓ ୩ ଜଣ ଯୁବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୋଟ ୧୨୮ ଜଣ ଏକାଡେମୀ ପୁରସ୍କାର ପାଇବା ନେଇ ଘୋଷଣା କରାଯାଇଛି । ନୃତ୍ୟ, ସଙ୍ଗୀତ,  ଥିଏଟର, ପାରମ୍ପରିକ / ଲୋକ / ଆଦିବାସୀ ସଙ୍ଗୀତ  ଆଦି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ । ଏନେଇ ଏକାଡେମୀ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହିତ ଏକାଡେମୀର ସାଧାରଣ ପରିଷଦ ତରଫରୁ କଳା ପ୍ରଦର୍ଶନ କ୍ଷେତ୍ରର ୧୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏକାଡେମୀ ଫେଲୋ ଭାବେ ମନୋନୀତ କରାଯାଇଛି ।

ଏକାଡେମୀ ପୁରସ୍କାର ବିଜେତାମାନଙ୍କୁ ୧ ଲକ୍ଷ, ଏକାଡେମୀ ଫେଲୋଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ସହିତ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ଦିଆଯିବ । ୩ ବର୍ଷ ପାଇଁ ୪୦ ବର୍ଷରୁ କମ୍ ବୟସର ୧୦୨ ଜଣ କଳାକାରଙ୍କୁ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଛି । ଏହି ପ୍ରତିଭାମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୨୦୨୨ ମସିହା ପାଇଁ ପ୍ରଥମ ଓ ଗୋଟିଏ ଥର ପାଇଁ ସଙ୍ଗୀତ ନାଟକ ଏକାଡେମୀ ”ଅମ୍ରିତା ପୁରସ୍କାର-୨୦୨୨” ଘୋଷଣା କରାଯାଇଛି । ୨୦୨୧ ମସିହା ପାଇଁ ନୃତ୍ୟ ପାଇଁ ପ୍ରତିଷ୍ଠିତ ଗୁରୁ ତଥା ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୟ କୁମାର ଜେନା,  ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ସସ୍ମିତା ଦାସ ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଏହି ପୁରସ୍କାର ପାଇବେ । ୨୦୨୦ ମସିହା ପାଇଁ ତ୍ରିଲୋଚନ ମହାନ୍ତ ଛଉ ନୃତ୍ୟରେ ଏକାଡେମୀ ପୁରସ୍କାର ପାଇବେ । ସେହିପରି ଯୁବ ପୁରସ୍କାରରେ ୨୦୧୯ ମସିହା ପାଇଁ ପାରମ୍ପରିକ ନାଟକ ”ପ୍ରହଲ୍ଲାଦ” ପାଇଁ ସନ୍ତୋଷ କୁମାର ରଣା, ୨୦୨୦ ମସିହା ପାଇଁ ଓଡ଼ିଶୀ ସଙ୍ଗୀତ ପାଇଁ ରୂପକ କୁମାର ପରିଡ଼ା ଏବଂ ପ୍ରଭାତ କୁମାର ସ୍ୱାଇଁ  ଓଡ଼ିଶୀ ନୃତ୍ୟ ପାଇଁ  ମନୋନୀତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com