ଜାତୀୟଜୀବନଶୈଳୀବାଣିଜ୍ୟ

ଫାଇନାନ୍ସ କମ୍ପାନୀକୁ ପାଟନା ହାଇକୋର୍ଟଙ୍କ ଝଟ୍‌କା, ଭିିଡ଼ି ପାରିବନି ଗାଡ଼ି

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଆପଣ କୌଣସି ବାଇକ ବା କାର ନେଇଛନ୍ତି କି ଋଗଓରେ । ଅସୁବିଧାରେ ପଡ଼ି ଦେଇ ପାରୁନାହନ୍ତି କି ମାସିକିଆ କିସ୍ତି । ଫୋନ କରି ଗାଡ଼ି ଛଡ଼େଇ ନେବାର ଧମକ ଦେଉଛନ୍ତି କି ଏଜେଣ୍ଟ । ଆପଣଙ୍କ ଗାଡ଼ି ଜୋରଜବରଦସ୍ତ ଛଡ଼େଇ ନେଉଛନ୍ତି କି କମ୍ପାନୀ କର୍ମଚାରୀ । ଚିନ୍ତା କରନ୍ତୁନି, ଆପଣ EMI ଦେଇ ପାରିନଥିଲେ ବି ଆପଣଙ୍କ ଗାଡ଼ିକୁ ଆଉ ଭିିଡ଼ି ନେଇ ପାରିବନି କମ୍ପାନୀ । ଏଇ ଥାର୍ଡ ପାର୍ଟିର ଗାଡ଼ି ଭିଡ଼ା କାମକୁ ଜୋରଦାର ଝଟକା ଦେଇଛନ୍ତି ପାଟନା ହାଇକୋର୍ଟ ।

ଜଷ୍ଟିସ ରାଜୀବ ରଞ୍ଜନ ପ୍ରସାଦଙ୍କ ବେଞ୍ଚ କିସ୍ତି ଦେଇ ପାରିନଥିବାରୁ ଗାଡ଼ି ଟଣା ହୋଇଥିବା ୫ଟି ମାମଲାର ଶୁଣାଣି କରି କହିଛନ୍ତି ଯେ ରିକଭରି ଏଜେଣ୍ଟଙ୍କ ଦ୍ୱାରା ଗାଡ଼ି ଟାଣିବା ଏକ ଧର୍ତ୍ତବ୍ୟ ଅପରାଧ । ଏବଂ ଏହା ଜଣଙ୍କର ଜୀବନ ଜିଇଁବାର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । କୋର୍ଟ ଏଭଳି ଜୋରଜବରଦସ୍ତ ଗାଡ଼ି ଭିଡ଼ି ନେଉଥିବା କମ୍ପାନୀ ଓ ବ୍ୟାଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି । ଏହାସହ ଉକ୍ତ ଫାଇନାନ୍ସ କମ୍ପାନୀକୁ ୫୦ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com