ବାଣିଜ୍ୟ

ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୨/୦୧/୨୦୨୩-   ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା । ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର କରିଥିବା ବିମୁଦ୍ରୀକରଣ ନିଷ୍ପତ୍ତି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ରାୟ ପ୍ରକାଶ ଏପରି କରିଛନ୍ତି ।  ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟବନ୍ଦୀ ନିଷ୍ପତ୍ତି ସମ୍ବନ୍ଧୀୟ ସବୁ ରେକର୍ଡ ସଂରକ୍ଷିତ ରଖିବାକୁ ଡିସେମ୍ବର ୭ରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ ଆର୍ ଭେଙ୍କଟାରମଣି, RBIର ଓକିଲ ତଥା ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଏବଂ ଆବେଦନକାରୀଙ୍କ ଓକିଲ ଶ୍ୟାମ ଦିଓ୍ବାନଙ୍କ ଯୁକ୍ତି ଶୁଣିଥିଲେ । ଚିଦାମ୍ବରମ୍ ନୋଟ୍ ବିମୁଦ୍ରୀକରଣକୁ ଗୁରୁତର ତ୍ରୁଟି ବୋଲି କହିଥିଲେ । ତାଙ୍କ ଯୁକ୍ତି ଅନୁଯାୟୀ, ସରକାର ଦେଶର ଲିଗାଲ ଟେଣ୍ଡର ବା ମୁଦ୍ରା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ନିଜଆଡୁ ଆରମ୍ଭ କରିପାରିବେ ନାହିଁ । ଏହା କେବଳ RBI କେନ୍ଦ୍ରୀୟ ବୋର୍ଡର ସୁପାରିସ ଅନୁଯାୟୀ ହିଁ କରାଯିବା ଉଚିତ । ଜଷ୍ଟିସ୍ ଏସ୍. ଏ ନାଜିରଙ୍କ ନେତୃତ୍ୱରେ ଏକ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com