ବାଣିଜ୍ୟ

ଆଜି ଆସିବ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର, ୨୪/୦୨/୨୦୨୩ –    ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବଜେଟ ଆଗତ କରିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ନବୀନଙ୍କ ସରକାରଙ୍କ ପଞ୍ଚମ ପାଳିର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ତେଣୁ ରାଜ୍ୟ ସରକାର ଏଥିରେ କିଛି ନୂଆ ଯୋଜନା ଆଣିପାରନ୍ତି । ଯାହାକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ପ୍ରକାଶ ପାଇଛି।

ଆଜି ଗୃହକାର୍ଯ୍ୟର ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବଜେଟ ଆଗତ କରିବେ । ରାଜ୍ୟ ସରକାରଙ୍କ BSKY, କାଳିଆର ଲୋକପ୍ରିୟତା ଏବେ ଶୀର୍ଷରେ ରହିଛି । ତେଣୁ ଏହି ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଆଗତ ହେବାକୁ ଥିବା ବଜେଟରେ ଭିତ୍ତିଭୂମି ବିକାଶ, ରୂପାନ୍ତରଣ କାର୍ଯ୍ୟକ୍ରମ ନେଇ ଅଧିକ ବ୍ୟୟବରାଦ ବୋଲି ଅନୁମାନ କରାଯାଉଛି । ଆଗତ ହେବାକୁ ଥିବା ଏହି ବଜେଟର ଆକାର ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ହେବା ନେଇ ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com