ବାଣିଜ୍ୟ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଫେରାଇଲେ ମିଳିବ ଟଙ୍କା

କଟକ, ୧୩ /୧୦/୨୦୨୨-  କଟକ ବାଲିଯାତ୍ରାରେ ଏଥର ରହିଛି ଟଙ୍କା ଅଫର । ବାଲିଯାତ୍ରାରେ ପ୍ଲାଷ୍ଟିକ ବ୍ୟାଗ୍, ଜରି କିମ୍ବା ବୋତଲ ଫେରାଇଲେ ସାଧାରଣ ଲୋକ ଟଙ୍କା ପାଇବେ । ଏଥିପାଇଁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କିଓସ୍କ କରାଯିବ । ବିଭିନ୍ନ ଷ୍ଟଲ୍ ରେ କ୍ୟୁଆର୍ ସ୍କାନ୍ କୋଡ୍ ରହିବ । ପ୍ଲାଷ୍ଟିକ ବ୍ୟାଗ୍, ଜରି କି ବଟଲ୍ ଏଣେତେଣେ ନ ଫୋପାଡି ପ୍ରଶାସନ ତରଫରୁ ଯାଇଥିବା କିଓସ୍କ ଫେରାଇ ଏହି କୋଡ୍ ସ୍କାନ୍ କରି ଜଣେ ବ୍ୟକ୍ତି ୨ ଟଙ୍କା ରୁ ୫ ଟଙ୍କା ପୁରସ୍କାର ପାଇପାରିବେ ।

ସ୍ୱଚ୍ଛତା ଏବଂ ବାଲିଯାତ୍ରା ପଡିଆରେ ସୁସ୍ଥ ପରିବେଶ ବଜାୟ ରଖିବାପାଇଁ ଏହି ଅଭିନବ ପନ୍ଥା ଆପଣାଇଛି କଟକ ମହାନଗର ନିଗମ । ପରେ ସେହି ସବୁ ବର୍ଯ୍ୟବସ୍ତୁକୁ ନେଇ ନେଇ ସିଏମସି ଅନ୍ୟ ସ୍ଥାନରେ ନଷ୍ଟ କରିବ । ସ୍ୱଚ୍ଛ ଭାରତ ଅଭିଯାନର ସଲିଡ ୱେଷ୍ଟ ମ୍ୟାନେଜମେଂଟ ଅଧୀନରେ ଏହି କାର‌୍ୟ୍ୟକ୍ରମ କରାଯାଉଛି । ସିଏମସି କମିଶନର ନିଖିଲ ପୱନ୍ କଲ୍ୟାଣ ଏହା ଲୋକଙ୍କୁ ନିବେଦନ କରି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com