Breaking NewsFeaturedଜାତୀୟବାଣିଜ୍ୟ

୧୦ ଲକ୍ଷରୁ କମ୍‌ରେ ମିଳୁଛି ଟପ୍ ବ୍ରାଣ୍ଡର କାର୍…

ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଗ୍ରାହକଙ୍କ ଚାହିଦା ଅନୁସାରେ କାର୍ ନିର୍ମାତା କମ୍ପାନୀମାନେ ସେମାନଙ୍କ ଗାଡ଼ିରେ ବହୁ ଉନ୍ନତ ଧରଣର ବୈଶିଷ୍ଟ୍ୟ ଯୋଗାଇବାରେ ବ୍ୟସ୍ତ ଅଛନ୍ତି । ଆଉ ବର୍ତ୍ତମାନ କାର୍‌ରେ ସନ୍‌ରୁଫ୍ ଫ୍ୟାସିଲିଟି ସମସ୍ତଙ୍କର ଏକ ମୂଖ୍ୟ ପସନ୍ଦ ପାଲଟିଛି । ଯେଉଁଥି ପାଇଁ ବିଭିନ୍ନ କମ୍ପନୀ ସେମାନଙ୍କ କାର୍‌ରେ ଏହି ବ୍ୟବସ୍ଥା ରଖିଥାନ୍ତି । ଅନେକ ଲୋକ ଏହି ବୈଶିଷ୍ଟ୍ୟ ଥିବା କାର୍ ଅଧିକ ମୂଲ୍ୟ ପାଇଁ ଏହାକୁ ଚଲାଇବାର ଅନୁଭବରୁ ବୟ୍‌ଚିତ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖୁସି ଖବର । ମାତ୍ର ୧୦ ଲକ୍ଷ ଟଙ୍କା ଭିତରେ ଆପଣ ପାଇପାରିବେ ସନ୍‌ରୁଫ୍ କାର୍ ତାସହ ଉତ୍ତମ ବ୍ରାଣ୍ଡର ।

ଏହି ତାଲିକାର ପ୍ରଥମରେ ଅଛି ଟାଟାର ହ୍ୟାଚ୍ ବ୍ୟାକ୍ କାର୍ ଆଲଟ୍ରୋଜ୍ , ଯାହା ଇଲେକ୍ଟ୍ରିକ୍ ସନ୍‌ରୁଫ୍ ସହିତ ଦେଶର ସବୁଠାରୁ ଶସ୍ତା କାର୍ ଅଟେ । କମ୍ପାନୀ ଏକ୍ସଏମ୍ ପ୍ଲସ୍ (ଏସ୍‌) ଭାରିଆଣ୍ଟରୁ ସନ୍‌ରୁଫ ଫ୍ୟାସିଲିଟି ପ୍ରଦାନ କରିବା ଆରମ୍ଭ କରିଛି । ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୭.୯୦ ଲକ୍ଷ ଏକ୍ସ-ଶୋରୁମ୍ ।

Indian Car under 10 Lakh Rs

ନିକଟରେ ହୁଣ୍ଡାଇ ଲଞ୍ଚ କରିଥିବା ମାଇକ୍ରୋ ଏକ୍ସୟୁଭି ଏକ୍ସଟର୍‌, ଏକ ଇଲେକ୍ଟ୍ରିକ୍ ସନ୍‌ରୁଫ୍ ଏସ୍‌ଏକ୍ସ ଭାରିଆଣ୍ଟ ସହ ଦେଶର ସବୁଠାରୁ ଶସ୍ତା ଏସ୍‌ୟୁଭି ହୋଇପାରିଛି । ଯାହା ୮ଲକ୍ଷ ଟଙ୍କା ଏକ୍ସ ଶୋରୁମ୍ ମୂଲ୍ୟରେ କିଣା ଯାଇ ପାରିବ ।
ସ୍‌ନ୍‌ରୁଫ୍ ବୈଶିଷ୍ଟ୍ୟ ସହ ଉପଲବ୍ଧ ତୃତୀୟ କାର୍ ହେଉଛି ହୁଣ୍ଡାଇ ଆଇ ୨୦ ହ୍ୟାଚ୍‌ବ୍ୟାକ୍ । କମ୍ପନୀ ଏହାର ଟପ୍ ଏଣ୍ଡ ଏଷ୍ଟା ଭାରିଆଣ୍ଟକୁ ୯.୦୪ ଲକ୍ଷ ଏକ୍ସ ଶୋରୁମ୍ ମୂଲ୍ୟରେ ପ୍ରଦାନ କରୁଛି ।

ଚତୁର୍ଥ ନମ୍ବରରେ ଅ୍ରଛି ଟାଟାର ସବୁଠାରୁ ଲୋକପ୍ରିୟ ଏସ୍‌ୟୁଭି ଟାଟା ନେକ୍ସନ ସନ୍‌ରୁଫ୍ ସହ ଉପଲବ୍ଧ । କମ୍ପନୀ ଏହାର ଏକ୍ସଏମ୍ (ଏସ୍‌)ଭାରିଆଣ୍ଟ ୯.୫୦ ଲକ୍ଷ ଏକ୍ସ ଶୋରୁମ୍ ମୂଲ୍ୟରେ ଉପଲବ୍ଧ କରିଛି ।

ଏହି ତାଲିକାର ଶେଷ ତଥା ପଞ୍ଚମରେ ଅଛି ମହିନ୍ଦ୍ରା କମ୍ପନୀର କାର୍ ମହିନ୍ଦ୍ରା ଏକ୍ସୟୁଭି ୩୦୦ । କମ୍ପନୀ ଏହିକାର୍‌ରେ ସନ୍‌ରୁଫ୍ ପ୍ରଦାନ କରୁଛି । ଯାହା ୧୦ ଲକ୍ଷ ଏକ୍ସ ଶୋ-ରୁମ୍ ମୂଲ୍ୟରେ କିଣାଯାଇପାରିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com