ବାଣିଜ୍ୟ

ସାନଖେମୁଣ୍ଡି ପ୍ରେସ କ୍ଲବର ସାଧାରଣ ଅଧିବେଶନ ଅନୁଷ୍ଠିତ

ବ୍ରହ୍ମପୁର, ୧୧/୦୮/୨୦୨୨-  ସାନଖେମୁଣ୍ଡି ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ବୁଧବାର ଅପରାହ୍ନରେ ପାଟପୁର ଗାନ୍ଧୀଛକ ସ୍ଥିତ ମହାଲକ୍ଷ୍ମୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ ସଭ୍ୟ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପରିଷଦ ବୈଠକରେ ଉପସ୍ଥିତ ଅଞ୍ଚଳ ସାମ୍ବାଦିକଙ୍କ ମିଳିତ ଆଲୋଚନାରେ ସାନଖେମୁଣ୍ଡି ପ୍ରେସ କ୍ଲବର ସଭ୍ୟ ସାମ୍ବାଦିକଙ୍କ ନାମରେ ନିନ୍ଦା ଅପନିନ୍ଦା ସୃଷ୍ଟି କରୁଥିବା ଓ ସଂଘ ନାମ ନେଇ ସମସ୍ତ ସାମ୍ବାଦିକଙ୍କ ନାମରେ ବ୍ୟାପକ ଅର୍ଥ ଲୁଣ୍ଠନ କରୁଥିବା ଜନୈକ ବ୍ୟକ୍ତିଙ୍କ ଜୀବିକା ପରିପନ୍ଥୀ କାର୍ଯ୍ୟ ସଂପର୍କରେ ଆଲୋଚନା ହେବା ସହ ସାନଖେମୁଣ୍ଡି ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସମସ୍ତ ସରକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀ , ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ସହ ସମନ୍ଵୟ ରକ୍ଷା କରି ସହଭାଗିତାରେ କାର୍ଯ୍ୟ କରିବାକୁ ପ୍ରେସ କ୍ଲବର ସମସ୍ତ ସାମ୍ୱାଦିକ ବନ୍ଧୁ ଆଲୋଚନା କରିଥିଲେ । ସାନଖେମୁଣ୍ଡିର ଜନଗଣଙ୍କ ସ୍ବାର୍ଥ ସିଦ୍ଧି ଓ ପ୍ରଶାସନ ସହ ସୁସମ୍ପର୍କକୁ ଆଜି ପରିଷଦ ବୈଠକରେ ଗୁରୁତ୍ଵ ଦିଆଯିବା ସହ ଆଗାମୀ ଦିନରେ ପ୍ରଶାସନ ଓ ପଞ୍ଚାୟତ ଜନପ୍ରତିନିଧିଙ୍କୁ ପ୍ରେସ କ୍ଲବ୍ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବାକୁ ନିଷ୍ପତି ଗୃହୀତ ହୋଇଥିଲା । ସାଧାରଣ ପରିଷଦ ବୈଠକରେ ବିନାୟକ ଦାଶ ,କାଳୁ ଚରଣ ନାହାକ , ସନ୍ତୋଷ କୁମାର ଦାଶ , ଦ୍ବାରିକାନାଥ ତ୍ରିପାଠୀ , ନାଗେଶ ରେଡ଼ି , ସତ୍ୟନାରାୟଣ ପାଢ଼ୀ , ଶଙ୍କର ସ୍ବାଇଁ ,  ଅଶୋକ କୁମାର ସାହୁ, ଜଗନ୍ନାଥ ପାଣିଗ୍ରାହୀ , ରଘୁନାଥ ନାୟକଙ୍କ ସମେତ ସମସ୍ତ ସଭ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com