ବାଣିଜ୍ୟ

ଫ୍ଲିପକାର୍ଟ ସହ ମିଶନ ଶକ୍ତି ବିଭାଗର ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର, ୦୩/୧୨/୨୦୨୨-   ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆୟୋଜିତ SHG ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମହିଳାମାନଙ୍କୁ ଅଧିକ ସଶକ୍ତ କରିବାକୁ ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ଲାଗି ଶିଳ୍ପ ପାର୍କ ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ୭୦ ଲକ୍ଷ ସଶକ୍ତ ମହିଳା ସୃଷ୍ଟି ହୋଇଛନ୍ତି । ସେମାନଙ୍କ ପାଇଁ ସବୁ ଜିଲ୍ଲାରେ ହେବ ମାଇକ୍ରୋ ଓ ସ୍ମଲ ଇଣ୍ଡଷ୍ଟ୍ରି ପାର୍କ । ଏହାସହ ପ୍ରତି ଜିଲ୍ଲା ମିଶନ ଶକ୍ତି ଫେଡରସନକୁ କୋଟିଏ ଟଙ୍କାର ରିଭଲଭିଙ୍ଗ ଫଣ୍ଡ ଦିଆଯିବ । ପ୍ରତି ବ୍ଲକ ସ୍ତରୀୟ ଫେଡରେସନକୁ ୫୦ ଲକ୍ଷ ଟଙ୍କା ରିଭଲଭିଙ୍ଗ ଫଣ୍ଡ ଦିଆଯିବ । ପଞ୍ଚାୟତସ୍ତରୀୟ ମିଶନ୍ତି ଶକ୍ତି ଫେଡରେସନ ଲାଗି ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସରେ ଘର ଯୋଗାଇ ଦିଆଯିବ ।

ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିଶ୍ଵ ବଜାରରେ ପହଞ୍ଚାଇବାକୁ ଇ-କମର୍ସ ବ୍ୟବସ୍ଥା ଆରମ୍ଭ ହେଇଛି । ଏଥିଲାଗି ଆଜି ଫ୍ଲିପକାର୍ଟ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ମିଶନ ଶକ୍ତି ବିଭାଗ । ସେହିପରି ଶୁଖୁଆ ଉତ୍ପାଦନ ଓ ବଜାର ବ୍ୟବସ୍ଥା ପାଇଁ ୱାଲ୍ଡଫିସ, ଚାଉଳର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ IRRI, ଚିନାବାଦାମର ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ ପାଇଁ ICRI SAT ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com