Featuredଜାତୀୟବାଣିଜ୍ୟ

ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌

କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦେଶବ୍ୟାପୀ ୧୯ କେଜି କମର୍ସିଆଲ ସିିଲିଣ୍ଡରର ଦର ଏକାବେଳକେ ୧୧୫ ଟଙ୍କା ୫୦ ପଇସା ହ୍ରାସ ପାଇଛି ।ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା। ନୂଆ ଦର ଲାଗୁ ହେବା ପରେ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ଦାମ୍ ୧୮୫୯.୫୦ ଟଙ୍କା ଥିବା ବେଳେ କୋଲକାତାରେ ଏହା ଏବେ ୧୮୪୬ ଟଙ୍କାରେ ମିଳିବ। ମୁମ୍ବାଇରେ ବ୍ୟବସାୟିକ ସିଲିଣ୍ଡର ୧୮୪୪ ଟଙ୍କା ବଦଳରେ ୧୬୯୬ ଟଙ୍କାରେ ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ସ୍ଥାନରେ ୧୮୯୩ରେ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com