ବାଣିଜ୍ୟ

ଭୁବନେଶ୍ୱରରେ ସପ୍ତଦଶ ବାର୍ଷିକ ତୋଷାଳି ମେଳା

ଭୁବନେଶ୍ୱର, ୦୬/୦୨/୨୦୨୩ –     ଓଡିଶା ସରକାରଙ୍କ ହସ୍ତଶିଳ୍ପ, ବୟନ ଏବଂ ହସ୍ତତନ୍ତ୍ର ବିଭାଗ ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ସପ୍ତଦଶ ବାର୍ଷିକ ଜାତୀୟ ସ୍ତରୀୟ ତୋଷାଳି ମେଳା । ଫେବ୍ରୁଆରୀ ୧୨ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ଉପଭୋଗ କରିବା କରିବାପାଇଁ ସଞ୍ଜ ନଇଁଲେ ଦର୍ଶକମାନଙ୍କ ସୁଅ ଛୁଟୁଛି । ତେବେ ଏଥର ମେଳାରେ ୫ ଶହରୁ ଅଧିକ ଷ୍ଟଲ ରହିଥିବାବେଳେ ସବୁଠି ଗ୍ରାହକଙ୍କ ଭିଡ଼ ଜମୁଛି ।

ଏଠାରେ ବିଭିନ୍ନ ସ୍ଥାନର ଶାଢୀ, ଆସଭାବପତ୍ର ଠାରୁ ଆରମ୍ଭକରି ଘରକରଣା ପର୍ଯନ୍ତ ସମସ୍ତ ସାମଗ୍ରୀକୁ ଦର୍ଶକମାନେ କିଣାକିଣି କରୁଛନ୍ତି । ସେହିଭଳି ଫୁଡ ଷ୍ଟଲମାନଙ୍କରେ ଦେଶୀ ବିଦେଶୀ ଖାଦ୍ୟର ସ୍ୱାଦ ନେବାକୁ ଗ୍ରାହକମାନଙ୍କ ମଧ୍ୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତେବେ ତାଳପତ୍ର ଏବଂ ଲେଖନୀ ସାହାଯ୍ୟରେ ଅଙ୍କିତ ହେଉଥିବା ଚିତ୍ରଗୁଡିକ ବେଶ୍ ଆକର୍ଷଣୀୟ ରହିଛି । ଏହି ଚିତ୍ରଗୁଡିକ ମଧ୍ୟରେ ମୁଖ୍ୟତଃ ପୌରାଣିକ କଥା ବସ୍ତୁ ରହିଥିଲା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର ସ୍ୱତନ୍ତ୍ର ରହିଛି ।

ସେହିଭଳି ଛୋଟ ପିଲାମାନଙ୍କ ଖେଳିବା ପାଇଁ ଚିଲଡ୍ରେନ୍ସ ପ୍ଲେ ଜୋନରେ ବିଭିନ୍ନ ପ୍ରକାର ଦୋଳିର ବ୍ୟବସ୍ଥା କରାଯାଇଛି । ଯାହଦ୍ୱାରା ପିଲାମାନେ ବେଶ ମଜା ନେଉଛନ୍ତି । ସେହିପରି ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ସଂଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ ଏବଂ ପୋଲିସ ମୁତୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com