ବାଣିଜ୍ୟ

ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁନାହାନ୍ତି କୃଷ୍ଣଚନ୍ଦ୍ର

ବ୍ରହ୍ମପୁର, ୩୧/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର କୃଷ୍ଣଚନ୍ଦ୍ର ଭୂୟାଁ ଯକୃତ ରୋଗରେ ଆକ୍ରାନ୍ତ । ସେ ବର୍ତ୍ତମାନ ହାଇଦ୍ରାବାଦ ସ୍ଥିତ ଏ.ଆଇ.ଜି ହସ୍ପିଟାଲରେ ଚିକିତ୍ସିତ ହେବାକୁ ଯାଇ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ଏକ ଗେଷ୍ଟ ହାଉସରେ ଭାଇ ଏବଂ ତାଙ୍କ ଧର୍ମପତ୍ନୀଙ୍କ ସହ ପଡି ରହିଛନ୍ତି ।

ଡାକ୍ତରଙ୍କ କହିବା ମୁତାବକ କୃଷ୍ଣଙ୍କ ସୁସ୍ଥ ହେବାର ଏକ ମାତ୍ର ମାଧ୍ୟମ ହେଉଛି ଯକୃତ ପ୍ରତିରୋପଣ । ଏଥିପାଇଁ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଖର୍ଚ୍ଚ କରି ଯକୃତ ପ୍ରତିରୋପଣ କରିବା ତାଙ୍କ ପରିବାର ପକ୍ଷରେ ସମ୍ଭବପର ନୁହେଁ । ଏ ନେଇ ସେ ସହାୟତା ପାଇଁ ନିବେଦନ କରିବା ପରେ ବହୁ ବଦାନ୍ୟ ବ୍ୟକ୍ତି, ଗ୍ରାମବାସୀ ଏବଂ ବନ୍ଧୁ ପରିଜନଙ୍କ ସହଯୋଗ କ୍ରମେ ପାଖାପାଖି ୨୦ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । କୃଷ୍ଣଙ୍କ ଚିକିତ୍ସା ନିମେନ୍ତ ଅବଶିଷ୍ଟ ଟଙ୍କା ସାହାଯ୍ୟ ପାଇଁ ତାଙ୍କ ସାନ ଭାଇ ନିବେଦନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com