ବାଣିଜ୍ୟ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ-୨୦୨୨, ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ ସେମିକଣ୍ଡକଫର ଉତ୍ପାଦନ ୟୁନିଟ୍‌

ଭୁବନେଶ୍ୱର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୁକ୍ତରାଜ୍ୟ ଇଂଲଣ୍ଡର କମ୍ପାନୀ ଏମ୍‌ରାମ୍‌ ଓ ଏସ୍‌ରାମ ଗ୍ରୁପ୍‌ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକଫର ଫାବି୍ରକେସନ୍‌ ୟୁନିଟ୍‌ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ସର୍ବମୋଟ ୨ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗରେ ଆଗାମୀ ୨ ମାସ ମଧ୍ୟରେ ଏହି କମ୍ପାନୀ ସ୍ଥାପନ ଫଳରେ ୪୦୦ରୁ ୫୦୦ ନିଯୁକ୍ତିର ପ୍ରତ୍ୟକ୍ଷ ସୁଯୋଗ ମିଳିବା ସହିତ ପରୋକ୍ଷ ଭାବେ ବହୁସଂଖ୍ୟକ ଯୁବକଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ । ୱାଶିଂମେସିନ୍‌ ଠାରୁ ଆରମ୍ଭ କରି ଏରୋପ୍ଲେନ୍‌ରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକଫର ଚିପ୍‌ ପାଇଁ ଭାରତ ପୂର୍ବରୁ ଚୀନ୍‌, ତାଇୱାନ୍‌, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଓଡ଼ିଶାରେ ଏହି ୟୁନିଟ୍‌ ପ୍ରତିଷ୍ଠା ଫଳରେ ସେମିକଣ୍ଡକଫର ଚିପ୍‌ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯାନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ସେମିକଣ୍ଡକଫର ଚିପ୍‌ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତଥା ଓଡ଼ିଶାରେ ଉପଲବ୍ଧ ସୁଦକ୍ଷ ମାନବସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ଓଡ଼ିଶାରେ ତାଙ୍କ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ବିଷୟ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରୋଜେକଫର ମୁଖ୍ୟ ତଥା କମ୍ପାନୀର ଉପାଧ୍ୟକ୍ଷ ଡଃ.ଗୁରୁଜୀ କୁମାରନ୍‌ ସ୍ୱାମୀ ଏବଂ ଓଡ଼ିଶା ପ୍ରୋଜେକଫର ପ୍ରାଧିକୃତ ମୁଖ୍ୟ ଡଃ. ଡି. ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ୱର ଉତ୍ତର ଦେଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com