ବାଣିଜ୍ୟ

ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ରାଜ୍ୟ

ଭୁବନେଶ୍ୱର, ୦୧/୧୨/୨୦୨୨- ଓଡ଼ିଶାରେ ଯେଉଁଭଳି ଉତ୍ସାହ ଅଛି ତାହା ଆଉ କେଉଁଠି ନାହିଁ । ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ରାଜ୍ୟ । ବିଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ ରହିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ଯୋଗ ଦେଇ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଏପରି କିଛି କହିଛନ୍ତି ।

ଅନିଲ ଭାଷଣରେ ଆହୁରି ମଧ୍ୟ କହିଥିଲେ ଯେ, ଦୁନିଆ ଚାହୁଁଛି ଭାରତ ପ୍ରଗତି ନ କରି କେବଳ ଆମଦାନୀ କରୁ । ଫଳରେ ଭାରତ ଶିଳ୍ପ ବିକଶିତ ରାଷ୍ଟ୍ରରେ ପରିଣତ ହେବ ନାହିଁ । କିନ୍ତୁ ଓଡ଼ିଶା ଏହାକୁ ବଦଳାଇ ଦେଇଛି । ଓଡ଼ିଶା ରପ୍ତାନୀ ଭିତ୍ତିକ ଅର୍ଥନୀତିର ମୂଳଦୁଆ ପକାଇଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ସେ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com