ବାଣିଜ୍ୟ

ବ୍ରଜନଗର ଏବଂ ଶକ୍ତି ନଗର ସମସ୍ୟା ନେଇ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ବ୍ରହ୍ମପୁର, ୩୦/୦୮/୨୦୨୨-   ବ୍ରଜନଗର ଏବଂ ଶକ୍ତି ନଗରର ଲାଗି ରହିଥିବା ରାସ୍ତାଘାଟ, ପରିମଳ, ଡ୍ରେନଜ ଏବଂ ଷ୍ଟ୍ରୀଟ ଲାଇଟ, କଲ୍ୟାଣ ମଣ୍ଡପ ନିମିତ୍ତ ଉଦ୍ଧିଷ୍ଟ ଅର୍ଥର ଅପ ବ୍ୟବହାର ନେଇ ବ୍ରଜନଗର ଉନ୍ନୟନ ପରିଷଦର ଏକ ପ୍ରତିନିଧି ମଣ୍ଡଳୀ କୁକୁଡାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ୱାଇଁଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି ।

ପ୍ରତିନିଧିମଣ୍ଡଳୀ ନୂତନ ବିଡ଼ିଓଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ବ୍ରଜନଗର ବାସିନ୍ଦା ଭୋଗ କରୁଥିବା ମୌଳିକ ସମସ୍ୟା ଜନିତ ଅସୁବିଧା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ପରିଷଦ ପକ୍ଷରୁ ବୈକୁଣ୍ଠ ନଗର ସ୍ଥିତ ସ୍ପୋର୍ଟସ ଏରେନା ପାର୍ଶ୍ଵ ଦେଇ ଆସିଥିବା ଏକ ନାଳକୁ କିଭଳି ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ବ୍ରଜନଗର ପ୍ରଥମ ଗଳିରେ କୌଣସି ବ୍ୟବସ୍ଥିତ ଡ୍ରେନ ଖୋଲରେ ଛାଡ଼ିଦିଆଯାଇଛି ଏବଂ ତଦ୍ୱାରା ସୃଷ୍ଟ ପରିସ୍ଥିତି ନେଇ ବିଡିଓଙ୍କ ଧ୍ୟାନ ଆକର୍ଷଣ କରାଯିବା ସହ ଏନେଇ ବିଏମସି କମିଶନରଙ୍କ ଉଦ୍ଧେଶ୍ୟରେ ଏକ ପ୍ରତିବାଦ ପତ୍ର ଲେଖିବା ପାଇଁ ଅନୁରୋଧ କରାଯାଇଥିଲା । ଏ ସଂକ୍ରାନ୍ତରେ ସେ ବିଏମସିକୁ ଚିଠି କରିବେ ବୋଲି କହିଥିଲେ।

ଏତଦ ବ୍ୟତୀତ ଶକ୍ତି ନଗର ପ୍ରଥମ ଓ ଦ୍ଵିତୀୟ ଗଳିରେ ବିଧିବଦ୍ଧ ଡ୍ରେନ ନଥିବାରୁ ସେହି ଅଞ୍ଚଳ ବାସିନ୍ଦା ଭୋଗ କରୁଥିବା ଅସହ୍ୟ ଯନ୍ତ୍ରଣା ବିଷୟରେ ଅବଗତ କରାଇଥିଲେ । ପରିଷଦ ଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ଆସନ୍ତା ଶନିବାର ଦିନ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ସେ ନିଜେ ସେହି ଅଞ୍ଚଳ ପରିଦର୍ଶନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ସାଂଗଠନିକ ସମ୍ପାଦକ ଶ୍ରୀକାନ୍ତ ପଢିହାରୀ, ସହ ସମ୍ପାଦକ ବି ଭି ସାଗର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ଉପଦେଷ୍ଟା ତାରକେଶ୍ୱର ଦୋରା, ସଂଯୋଜକ ସି ଏଚ ରାମକୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com