ବାଣିଜ୍ୟ

ପ୍ରସ୍ତୁତ ହେଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟି.ବି ସପ୍ଟୱେୟାର

ଯକ୍ଷ୍ମା ରୋଗ ସମୂଳେ ନିପାତ ହେବ ସମ୍ଭବ

ଭୁବନେଶ୍ୱର, ୦୯/୧୧/୨୦୨୨ –   ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାରେ ସଫଳ ପ୍ରୟୋଗ ପରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଚିକିତ୍ସା ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି । ମହାମାରୀ ଯକ୍ଷ୍ମା ରୋଗ ଚିହ୍ନଟ ଏବଂ ଚିକିତ୍ସା ନେଇ ନୂଆ କରି ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ କୁ ବ୍ୟବହାର କାରଯାଇଛି । ଏହି ମର୍ମରେ ପ୍ରସ୍ତୁତ କରାଯାଇଛି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଟିବି’ ସଫ୍ଟୱେୟାର । ଏହାକୁ ବ୍ୟବହାର କରି ତୃଣମୂଳ ସ୍ତରରୁ ରୋଗୀକୁ ଚିହ୍ନଟ କରାଯାଇ ପାରିବ । ଆଇସିଏମଆର ଓ ଏକ କମ୍ପାନୀ ସହଯୋଗରେ ଏହା ପ୍ରସ୍ତୁତ ହୋଇଛି । ଏହାଦ୍ୱାରା ଯକ୍ଷ୍ମା ଚିହ୍ନଟ ପାଇଁ ଖର୍ଚ୍ଚ ହେଉଥିବା ପ୍ରାୟ ୮୦ ପ୍ରତିଶତ ଅର୍ଥ କମହେବ । କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା ଯକ୍ଷ୍ମା କି ନୁହଁ, ଜଣାପଡିବ ।

ଏହା କମ୍ପ୍ୟୁଟର ଦ୍ୱାରା ପରିଚାଳିତ ହେଉଥିବାବେଳେ ‘ଏଆଇ ଟୁଲ୍‍ ଫର୍‍ ଟିବି ଭାଲିଡେସନ୍‍’ ନାମରେ ବ୍ୟବହୃତ ହେବ । ମୁଖ୍ୟତଃ ଉପାନ୍ତ ଓ ଗ୍ରାମାଞ୍ଚଳରେ ଲ୍ୟାବ ବିଶେଷଜ୍ଞ କିମ୍ବା ଡାକ୍ତର ଉପଲବ୍ଧ ନ ଥିଲେ ବି ରୋଗ ଚିହ୍ନଟ ପ୍ରକ୍ରିୟାକୁ ସହଜ ହେବ । ମୋଟ୍‍ ୨୦ଟି ବର୍ଗର ରିପୋର୍ଟ ଚିହ୍ନଟ ସମ୍ଭବ ହେବ । । ଚିହ୍ନଟ ପରେ ଏହି ସଫ୍ଟୱେୟାର ଚିକିତ୍ସା ପାଇଁ କଣ ପଦକ୍ଷେପ ଜରୁରୀ ତାହା ମଧ୍ୟ ଦର୍ଶାଇବ । ଏହି ପ୍ରଭାବଶାଳୀ ବ୍ୟବସ୍ଥାକୁ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ବ୍ୟବହାର କରାଯିବା ନେଇ ସରକାର ଯୋଜନା କରୁଛନ୍ତି । ତେବେ ଏହି ପଦ୍ଧତି କେବଳ ପଲମୁନାରୀ ଟିବି ବା ଫୁସଫୁସ୍‍ ଜନିତ ଯକ୍ଷ୍ମାକୁ ଚିହ୍ନଟ କରିବାରେ ସହାୟକ ହେବ। ଏକ୍ସଟ୍ରା ପଲମୁନାରୀ ଟିବି ଚିହ୍ନଟ କ୍ଷେତ୍ରରେ ଏହା ସେତେଟା ଉପଯୋଗୀ ହେବନାହିଁ । ରାଷ୍ଟ୍ରୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ସରକାରଙ୍କ ୨୦୨୫ ମସିହା ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ନୂଆ ସପ୍ଟଓୟାର ଏଥିରେ ବେଶ୍ ସହାୟକ ହେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com