ବାଣିଜ୍ୟ

ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

କୋଲକାତା, ୨୩.୦୭.୨୦୨୨- ପଶ୍ଚିମବଙ୍ଗ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଶନିବାର ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଏକ ଦୁର୍ନିତି ଅଭିଯୋଗରେ ପାର୍ଥଙ୍କୁ ଗିରଫ କରିଛି । ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗ ଉପରେ ଇଡି କିଛିଦିନ ହେଲା ଛାନଭିନ୍ ଚଳାଇଥିଲା । ଇଡି ରେଡ୍ ବେଳେ ନଗଦ ୨୦ କୋଟି ଟଙ୍କା ଠାବ ହୋଇଛି । ସେହିପରି ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ମଧ୍ୟ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏତେ ପରିମାଣର ନଗଦ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଇଡି ଅଧିକାରୀ । ଏହି ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ସ୍କାନରରେ ରହିଥିଲେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସର୍ଚ ଟିମ୍ ସହ ବ୍ୟାଙ୍କ ଅଧିକାରୀ ରହିଥିବା ବେଳେ କାଉଂଟିଂ ମେସିନ୍ ସାହାଯ୍ୟରେ ଟଙ୍କା ଗଣାଯାଇଥିଲା । ଘରେ କାହିଁକି ଏତେ ଟଙ୍କା ରଖା ଯାଇଥିଲା, ଏ ନେଇ ସନ୍ତୋଷଜନକ ଉତ୍ତର ମିଳିନଥିଲା । ପୁଳା ପୁଳା ନଗଦ ଟଙ୍କା ସହ ୨୦ଟି ମୋବାଇଲ୍ ଫୋନ ମଧ୍ୟ ଜବତ କରାଯାଇଛି । ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ପଶ୍ଚିମବଙ୍ଗର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ, ବିଧାୟକ ମାନିକ ଭଟ୍ଟାଚାର୍ଯ୍ୟଙ୍କ ଅଫିସ ଓ ବାସଭବନର ମଧ୍ୟ ରେଡ୍ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com