ଜାତୀୟ

ଆସାମରୁ ଗିରଫ ହେଲେ ଅଲକାଏଦାର ଦୁଇ ଆତଙ୍କବାଦୀ

ଆସାମ ପୁଲିସ ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏବଂ ଅନସରୁଲ୍ଲା ବଙ୍ଗଳା ଟିମ୍ (ଏବିଟି)ର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ଆସାମରେ ଦୀର୍ଘଦିନ ଧରି ରହିଆସୁଥିଲେ ବୋଲି ପୁଲିସ କହିଛି | ଗିରଫ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ନାମ ଅବଦୁସ ସୁଭାନ ଏବଂ ଇମାମ ଜାଲାଲୁଦ୍ଦିନ ଶେଖ ବୋଲି ଜଣାପଡିଛି | ଅବଦୁସ ସୁଭାନ ଟିଙ୍କୁନିଆ ଶାନ୍ତିପୁର ମସଜିଦର ଇମାମ ଥିବାବେଳେ ଜାଲାଲୁଦ୍ଦିନ ଶେଖ ଗୋଲପାରାର ନାତୁନ ମସଜିଦର ଇମାମ ବୋଲି ଜଣାପଡିଛି | ଗୋଲପାରା ଜିଲ୍ଲା ପୁଲିସ ଅଧୀକ୍ଷକ ରାକେଶ ରେଡ୍ଡୀ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯିବାପରେ ଗିରଫ କରାଯାଇଛି | ରାକେଶ କହିଛନ୍ତି, “ଆମକୁ ଚଳିତ ବର୍ଷ ଜୁଲାଇରେ ଗିରଫ ହୋଇଥିବା ଅବ୍ବାସ ଅଲିଙ୍କଠାରୁ ଏହି ଦୁଇ ଜଣଙ୍କ ବାବଦରେ ସୂଚନା ମିଳିଥିଲା |

ପଚରାଉଚରା ବେଳେ ଆମେ ଜାଣିବାକୁ ପାଇଲୁ ଯେ ସେମାନେ ଆସାମରେ ଅଲ-କାଏଦା ଏବଂ ଅନସରୁଲ୍ଲା ବଙ୍ଗଳା ଟିମର ବାରପେଟା ଏବଂ ମୋରିଗାଓନ୍ ମଡ୍ୟୁଲ୍ ସହିତ ସିଧାସଳଖ ଜଡିତ ଥିଲେ। ଅଭିଯୁକ୍ତଙ୍କ ଘରେ ଖୋଜାଖୋଜି ବେଳେ ଅଲ-କାଏଦା, ଜିହାଦି ତତ୍ୱ ସହ ଜଡିତ କିଛି ସାମଗ୍ରୀ ଜବତ କରାଯାଇଥିଲା। । ଏଥିମଧ୍ୟରେ ପୋଷ୍ଟର, ବହି, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଇଡି କାର୍ଡ ଏବଂ ଅନ୍ୟାନ୍ୟ ଦଲିଲ ରହିଛି। ବାଂଲାଦେଶରୁ ଏଠାକୁ ଆସିଥିବା ଜିହାଦି ଆତଙ୍କବାଦୀଙ୍କୁ ସେମାନେ ଆଶ୍ରୟ ମଧ୍ୟ ଦେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପୁଲିସ କହିଛି ଯେ ଅନେକ ବାଂଲାଦେଶୀ ଆତଙ୍କବାଦୀ ଫେରାର ହୋଇଯାଇଥିବାବେଳେ ଏହି ଦୁଇ ଜଣ ସେହି ଆତଙ୍କବାଦୀଙ୍କୁ ଗୋଲପାରାରେ ଆଶ୍ରୟ ଦେଇଥିଲେ | ଏହି ସନ୍ଦିଗ୍ଧମାନେ ଡିସେମ୍ବର ୨୦୧୯ରେ ମାଟିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ସୁନ୍ଦରପୁର ତିଲପାରା ମଦ୍ରାସାରେ ଏକ ଧର୍ମ ସଭା ଆୟୋଜନ କରିଥିଲେ, ଯେଉଁଠାରେ ଏକ୍ୟୁଆଇଏସର ଅନେକ ସଦସ୍ୟ ଯୋଗ ଦେଇଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com