ଅନ୍ୟାନ୍ୟ

ଓଡ଼ିଆ ଭାଷାରେ ଦେଇହେବ OCS ପରୀକ୍ଷା

ଭୁବନେଶ୍ୱର, ୧୧/୦୧/୨୦୨୩ –    ଓଡ଼ିଆ ଭାଷାରେ ଓଡ଼ିଶା ପ୍ରଶାସନିକ ସେବା – OCS ପରୀକ୍ଷା ଦେଇପାରିବେ । କେବଳ ଭାଷା ଓ ସଂସ୍କୃତି ସମ୍ପର୍କିତ ବିଷୟକୁ ବାଦଦେଲେ ଅବଶିଷ୍ଟ ବିଷୟ ଛାତ୍ରଛାତ୍ରୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଦେଇ ପାରିବେ । ତେବେ ଅନ୍‌ଲାଇନ୍‌ରେ ଆବେଦନ ସମୟରେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ୱା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିବେ । କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ୱା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ, ମୁଖ୍ୟ ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ୱା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ । ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ ବୋଲି OPSC ଦର୍ଶାଇଛି । ହେଲେ ପ୍ରଶ୍ନପତ୍ର ସମ୍ପର୍କରେ କୌଣସି ସ୍ପଷ୍ଟତା ରଖାଯାଇ ନ ଥିବାବେଳେ OCS ପରୀକ୍ଷା ସମ୍ପର୍କିତ ରାଜ୍ୟ ସରକାରଙ୍କ ଗେଜେଟ୍‌ ନିଷ୍ପତ୍ତି ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com