ଅନ୍ୟାନ୍ୟ

ଶସ୍ତା ହେବ ସ୍ମାର୍ଟୱଚ୍, ସ୍ମାର୍ଟବ୍ୟାଣ୍ଡ୍ ଭଳି ଗ୍ୟାଜେଟ୍, ହ୍ରାସ ପାଇପାରେ ସୀମା ଶୁଳ୍କ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଉପସ୍ଥାପନ ହେବ ବଜେଟ୍ । ଏଥିରେ ବିଭିନ୍ନ କ୍ଷେତ୍ରର ଭିତ୍ତିଭୂମି ଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇପାରେ । କରୋନା ମହାମାରୀ ଯୋଗୁଁ ଦରଦାମ୍ ବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ୍ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ରେ ଅନେକ ବଡ଼ ବଡ଼ ଘୋଷଣା କରାଯାଇପାରେ । ଯେପରିକି ମୋବାଇଲ୍, ଗ୍ୟାଜେଟ୍ସ ଭଳି ଜିନିଷର ଦାମ୍ କମିପାରେ ।

ଅଧିକାରୀ ମାନେ କହିଛନ୍ତି ଯେ, ସରକାର ଉପଭୋକ୍ତା ଇଲୋକ୍ଟ୍ରୋନିକ୍ସ ଓ ମୋବାଇଲ୍ ଫୋନ୍ ର କିଛି କମ୍ପୋନେଣ୍ଟ୍ ଉପରେ ସୀମା ଶୁଳ୍କ ବା କଷ୍ଟସ୍ ଡ୍ୟୁଟିରେ ହ୍ରାସ କରିବାକୁ ଯୋଜନା କରାଯାଇଛି । ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସମ୍ବନ୍ଧୀୟ ଉତ୍ପାଦର ରପ୍ତାନି ବୃଦ୍ଧି କରିବା ସରକାରଙ୍କ ଉଦ୍ଦେଶ୍ୟ ।

ବଜେଟ୍ ରେ ଅଡିଓ ଡିଭାଇସ୍ ଓ ସ୍ମାର୍ଟୱଚ୍, ସ୍ମାର୍ଟବ୍ୟାଣ୍ଡ ଭଳି ୱାୟାରଲେସ୍ କମ୍ପୋନେଣ୍ଟ୍ ଉପରେ ସୀମା ଶୁଳ୍କ କମାଯାଇପାରେ । ଏହାଦ୍ୱାରା ଘରୋଇ କମ୍ପାନୀ ଗୁଡ଼ିକର ଉତ୍ପାଦନ ବୃଦ୍ଧିପାଇବ । ଇଲୋକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟ ସୀମା ଶୁଳ୍କ ହ୍ରାସ କରିବାକୁ ଅପିଲ୍ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com