ଅନ୍ୟାନ୍ୟ

ଟ୍ରାଙ୍କୁଲାଇଜ୍ ଜରିଆରେ କାବୁ ହେଲା ଅମାନିଆ ହାତୀ

ଭୁବନେଶ୍ୱର ୦୨/୧୧/୨୦୨୨-   ଶେଷରେ ଟ୍ରାଙ୍କୁଲାଇଜ ହେଲା ଅମାନିଆ ହାତୀ । ଖାଦ୍ୟ ଅନ୍ୱେଷଣରେ ଚନ୍ଦକା ଜଙ୍ଗଲରୁ ପ୍ରଥମେ ଖୋର୍ଦ୍ଧା ଏବଂ ପରେ ଡେଲାଙ୍ଗ ଦେଇ ଏକ ଦନ୍ତା ହାତୀ ପିପିଲି ଚାଲି ଆସିଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦନ୍ତା ହାତୀଟି ଭୁବନେଶ୍ୱର ଉପକଣ୍ଠ ଧଉଳି ପାହାଡ ପଛପଟେ ଧାନ ବିଲ ଦେଇ ରାଜଧାନୀରେ ପ୍ରବେଶ କରିଥିଲା । ପରେ ପରେ ହାତୀଟି ଗ୍ୟାରେଜ ଛକ, ଲିଙ୍ଗରାଜ ମନ୍ଦିର, ସୁନ୍ଦରପଦା ଦେଇ ପାତ୍ରପଡାରେ ପହଞ୍ଚିଥିଲା ।

ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଥୁଲା । ବଡ କଥା ହେଉଛି ଏକ ଜଙ୍ଗଲୀ ହାତୀକୁ ନିକଟରୁ ଦେଖି ଲୋକମାନେ ମାତ୍ରାଧିକ ପରିମାଣରେ ଭୟଭୀତ ହୋଇ ପଡିଥିଲେ । କିଛି ସ୍ଥାନରେ ଜନ ସାଧାରଣ ପାଟିତୁଣ୍ଡ କରି ହାତୀ ପଛେ ପଛେ ଏହାକୁ ଏକ ପ୍ରକାର ଗୋଡାଇଥିଲେ । ପରେ ବନ ବିଭାଗ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚିଥିଲା । ବରଂ ହାତୀକୁ ନ ଚିଡାଇବାକୁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲା ।

ଦନ୍ତା ହାତୀଟି ସହର ମଧ୍ୟରେ ଦୌଡୁଥିବା ବେଳେ ଡାକବାଜି ଯନ୍ତ୍ରରେ ବନବିଭାଗର ଟିମ୍ ଲୋକମାନଙ୍କୁ ଘରୁ ନ ବାହାରିବାକୁ ସତର୍କ କରୁଥିବା ଦେଖିବାକୁ ମିଳିଥିଲା । ହାତୀ ଘଉଡାଇବା କାର୍ଯ୍ୟରେ ଖୋର୍ଦ୍ଧା ସିଟି ଡିଭିଜ. ପୁରୀ ୱାଇଲଡ ଲାଇଫ ଡିଭିଜନ, ଚନ୍ଦକା ବନ ବିଭାଗ ଟ୍ରାଙ୍କୁଲାଇଜ ଟିମ୍‌, ପୋଲିସର ଏକାଧିକ ଟିମ୍ ସମେତ ୬୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ। ପରେ ହାତୀକୁ ଟ୍ରଙ୍କୁଲାଇଜ କରାଯାଇଥିଲା । ବେହୋସ୍ ହେବାପରେ ହାତୀଟିକୁ ଟ୍ରକ୍ ଯୋଗେ ଟାଙ୍ଗି ଜଙ୍ଗଲକୁ ନିଆଯିବା ବାଟରେ ଲୋକଙ୍କ ବିରୋଧ ଯୋଗୁଁ ହାତୀଟିକୁ ଚନ୍ଦକା ଜଙ୍ଗଲକୁ ନିଆଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com