ଅନ୍ୟାନ୍ୟ

ନେପାଳ ପରେ ରାଜଧାନୀ ଦିଲ୍ଲୀରେ ଭୂ-କମ୍ପର ଝଟ୍‌କା ଅନୁଭୂତ

ବୁଧବାର ଭୋର ସମୟରେ ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ । ନାସନାଲ ସେଣ୍ଟର ଫର ସାଇସମୋଲୋଜୀର ସୂଚନା ଦେଇଛନ୍ତି ଯେ ଭୂମିକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ପିଥୋରାଗଢ଼ରେ ନେପାଳ ସଂଲଗ୍ନ ସୀମାରେ ଥିଲା। ରାତି ପ୍ରାୟ ୧.୫୭ ରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ ସମେତ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।
ସେପଟେ ନେପାଳରେ ରାତି ପ୍ରାୟ ୨ଟା ବେଳେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂ-କମ୍ପ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ଘଟିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ମ୍ୟାଗ୍ନିଚ୍ୟୁଡ଼ ରହିଥିବା ବେଳେ । ଏହାର କେନ୍ଦ୍ରସ୍ଥଳ ନେପାଳ ରହିଛି । ଭୂମିକମ୍ପ କାରଣରୁ ନେପାଳର ଅନେକ ସ୍ଥାନରେ ଘରଦ୍ବାର ଭାଙ୍ଗିବା ସହିତଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ସେନାବାହିନୀ ପକ୍ଷରୁ ଏବେ ବି ଉଦ୍ଧାର କରାଯାଉଛି । ଭୂମିକମ୍ପରେ ନେପାଳର ଡୋଟି ଜିଲ୍ଲା ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com