ଅନ୍ୟାନ୍ୟ

ରାସ୍ତାରେ ଷ୍ଟଣ୍ଟ୍‍ କଲେ ବାନ୍ଧିବ ପୁଲିସ

ଭୁବନେଶ୍ୱର, ୧୯/୧୨/୨୦୨୨-    ରାସ୍ତାରେ ବେପରୁଆ ଗାଡ଼ି ଚଳାଇ ରୋମିଓ ଦେଖାଇ ହେଉଥିବା ଯୁବକଙ୍କୁ ସାବାଡ଼ କରିବା ଲାଗି ନୂଆ ପଦକ୍ଷେପ ନେଇଛି କମିସନରେଟ୍‍ ପୁଲିସ । ଏଣିକି ଜରିମାନା ନୁହେଁ ବରଂ ସିଧା ଥାନାକୁ ଯିବେ । ଏଥି ସହିତ ଅମାନିଆ ଚାଳକଙ୍କ ଅଭିଭାବକଙ୍କୁ ଥାନାକୁ ଡକାଯିବ ସହ ସର୍ତ୍ତମୂଳକ ଭାବେ ନୋଟିସ୍‍ କରି ଛଡ଼ାଯିବ । ବାରମ୍ବାର ଧରାପଡ଼ିଲେ ଗାଡ଼ି ଜବତ କରିବା ସହ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏହାକୁ କଡ଼ାକଡ଼ି କରିବା ଲାଗି ସମସ୍ତ ଥାନା ଅଧିକାରୀ ଓ ଟ୍ରାଫିକ ପୁଲିସ ଅଧିକାରୀଙ୍କୁ କୁହାଯାଇଛି ।

ରାଜଧାନୀରେ କିଏ ବୁଲେଟ୍‍ ତ ଆଉ କିଏ ଦାମୀ ରେସିଂ ବାଇକ ଧରି ସହରସାରା ପଇଁତରା ମାରି ଉତ୍ପାତ କରୁଛନ୍ତି । ଏଭଳି ରୋଡ ରୋମିଓଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିଜଜୀବନ ବିପଦକୁ ପକାଇବା ସହ ଅନ୍ୟ ଗାଡ଼ି ଚାଳକଙ୍କୁ ଜୀବନକୁ ଟାଣି ନେଉଛନ୍ତି ।  ଏହାଦ୍ୱାରା ସାଧାରଣଲୋକଙ୍କ ଜୀବନ ଚାଲିଯାଉଥିବା ଅଭିଯୋଗ ହୋଇଛି । ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଇ ଦୁର୍ଘଟଣାରେ ଚଳିତବର୍ଷର ୫୦ରୁ ଅଧିକ ବ୍ୟକ୍ତିଙ୍କ ଜୀବନ ଯାଇଛି । ଏହି ଦୃଶ୍ୟ  ଜୟଦେବ ବିହାର-ନନ୍ଦନକାନନ ରାସ୍ତା, ନୀଳାଦ୍ରିବିହାର ବୁଦ୍ଧପାର୍କ ପଛପଟ ରାସ୍ତା ଏବଂ ପୁରୀ ବାଇପାସ୍‍ ରାସ୍ତାରେ ଅଧିକ ଦେଖା ଯାଉଛି । ଉକ୍ତ ଅଞ୍ଚଳ ନିରୋଳା ଥିବାରୁ ଷ୍ଟଣ୍ଟ କରିବାର ଉପଯୁକ୍ତ ରାସ୍ତା ଭାବେ ବାଛିଛନ୍ତି ଅମାନିଆ । ହାତରେ ମୋବାଇଲ ଧରି ଗୀତର ତାଳେ ତାଳେ ଭିଡିଓ କରୁଛନ୍ତି । ୟୁଟ୍ୟୁବ୍‍ କିମ୍ବା ଇନ୍‍ଷ୍ଟାଗ୍ରାମ ଫଲୋର୍ସ ନିଶାରେ ଏଭଳି ବିପଦପୂର୍ଣ୍ଣ ଭାବେ ଷ୍ଟଣ୍ଟ୍‍ କରୁଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com