ଅନ୍ୟାନ୍ୟ

କଫ୍ ସିରପ ପ୍ରସ୍ତୁତ କରୁଥିବା ୬ କମ୍ପାନିର ଲାଇସେନ୍ସ ରଦ୍ଦ

ମୁମ୍ବାଇ, ୦୪. ୦୩. ୨୦୨୩ –     ମହାରାଷ୍ଟ୍ରରେ କଫ୍ ସିରପ ପ୍ରସ୍ତୁତ କରୁଥିବା ୬ କମ୍ପାନିର ଲାଇସେନ୍ସ ରଦ୍ଦ କରାଯାଇଛି । ସେମାନଙ୍କ ମଧ୍ୟରୁ ଔଷଧ ଉତ୍ପାଦନ ବନ୍ଦ ଲାଗି ୪ଟି କମ୍ପାନିକୁ କୁହାଯାଇଛି । ୧୭ଟି କମ୍ପାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ରାଜ୍ୟରେ କଫ ସିରପ ପ୍ରସ୍ତୁତ କରୁଥିବା ୧୦୮ଟି ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ୮୪ଟି କମ୍ପାନି ବିରୋଧରେ ତଦନ୍ତ ଜାରି ରହିଛି ।

ଗତବର୍ଷ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ କମ୍ପାନି ଦ୍ବାରା ପ୍ରସ୍ତୁତ କଫ୍ ସିରପ ଖାଇ ଉଜବେକିସ୍ତାନର ୧୮ ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହାକୁ ନେଇ ବିଭିନ୍ନ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ସେହିପରି ଗତବର୍ଷ ଭାରତୀୟ କଫ ସିରପ ଖାଇ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ତେବେ ନିୟମ ଉଲ୍ଲଂଘନ ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋଡ ।

Related Articles

Back to top button
WP Twitter Auto Publish Powered By : XYZScripts.com