ଅନ୍ୟାନ୍ୟ

 ଭିଜିଲାନ୍ସ ଜାଲରେ ବେଗୁନିଆପଡା ବ୍ଲକର କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର ଅଫିସ ; ୦୪/୦୯  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ । ମୋ ଗୁହାଳ ସ୍କିମ୍ ବିଲ୍ ପାସ୍ କରିବା ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଟିମ୍ ତାଙ୍କୁ କାବୁକରି ନେଇଥିଲା । ସୂଚନାଯୋଗ୍ୟ ଯେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ ନିଜ କାର୍ଯ୍ୟାଳୟରେ ‘ମୋ ଗୁହାଳ ସ୍କିମ’ରେ ନିର୍ମାଣ କରିଥିବା ଘରର ବକେୟା ଟଙ୍କାର ବିଲ ପାସ କରିବା ପାଇଁ ବୁରୁଝରୀ ପଞ୍ଚାୟତ ପି. ନୂଆଗାଁ ଗ୍ରାମର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥଲେ । ଏହା ପରେ ହିତାଧିକାରୀଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଉକ୍ତ ହିତାଧିକାରୀଜଣକ ୭ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ତାଙ୍କ କାଯ୍ୟାଳୟରେ ଦେଇଥିଲେ । ଠିକ୍ ସେହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ କାବୁ କରି ତାଙ୍କ ନିକଟରୁ ଲାଞ୍ଚ ନେଉଥିବା ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଧିକ ପଚାର ଉଚରା ଜାରି ରଖିଥିବା ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com