ଅନ୍ୟାନ୍ୟ

ବିବାହ ମଣ୍ଡପରେ କନ୍ୟା ଫୁଟାଇଲେ ଗୁଳି ; ଥାନାରେ ଏତଲା ପରେ ଫେରାର ନବବଧୂ

ହାଥରାସ, ଉତ୍ତରପ୍ରଦେଶ, ୧୧/୦୪/୨୦୨୩ –  ବିବାହ ମଣ୍ଡପରେ ଫୁଟିଲା ଗୁଳି । କାହାକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନୁହେଁ ବରଂ କନ୍ୟା ନିଜେ ଗୁଳି ଫୁଟେଇ ନିଜର ବିବାହ ଉତ୍ସବକୁ ସେଲିବ୍ରେସନ କରିଥିଲେ । ଏଭଳି ଘଟଣା ଘଟିଥିଲା ଉତ୍ତରପ୍ରଦେଶର ହାଥରାସରେ ଥିବା ଏକ ବିବାହ ମଣ୍ଡପରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ବର କନ୍ୟା ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ । ମାଳ ପିନ୍ଧା କାର୍ଯ୍ୟ ସମ୍ପନ୍ନ ହେବା ପରେ କଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଷ୍ଟେଜ ଉପରକୁ ଚଢିଥିଲେ । କିଛି ସମୟପରେ ସେ କନ୍ୟାଙ୍କ ହାତକୁ ଏକ ରିଭଲଭର ବଢାଇଥିଲେ । ଏହାପରେ କନ୍ୟା ଜଣକ ଫାଙ୍କାରେ ୪ ରାଉଣ୍ଡ ଗୁଳି ଚାଳନା କରିଥିଲେ ।

ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଣି ଥରେ ରିଭଲଭର ବଢାଇଦେଇଥିଲେ । ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି । ହାଥରାସ ଏଏସପି ଅଶୋଷ କୁମାର ସିଂ କହିଛନ୍ତି ଭିଡିଓକୁ ଆଧାରକରି ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି । କନ୍ୟାର ପରିବାର ଲୋକଙ୍କୁ ଜେରା କରାଯିବ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ପରେ କନ୍ୟା ଓ ରିଭଲଭର ଦେଇଥିବା ବ୍ୟକ୍ତି ଫେରାର ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com