ଅନ୍ୟାନ୍ୟ

ଚୀନ ଏବେ ଯୁଦ୍ଧ ମୁହାଁ

ଭୁବନେଶ୍ୱର, ୧୯/୦୪/୨୦୨୩ –   ଋଷ-ୟୁକ୍ରେନ ଯୁଦ୍ଧକୁ ୧୪ ମାସ ପୁରିବାକୁ ବସିଲାଣି । ତଥାପି ବାହାରିପାରୁନି ସମାଧାନର ରାସ୍ତା । ଇତି ମଧ୍ୟରେ ଆଉ ଏକ ଭୟଙ୍କର ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଲାଣି । ତାହାପୁଣି ଦୂର୍ବଳ ତାଇୱାନ ସହିତ ଶକ୍ତିଶାଳୀ ଚୀନ ମଧ୍ୟରେ । ସ୍ଥିତି ଏପରି ହୋଇଛି ଯେ, ଯେକୌଣସି ମୁହୂର୍ତ୍ତରେ ଚୀନ ଆକ୍ରମଣ କରିପାରେ ।

ଏଥିପାଇଁ ତାଇୱାନକୁ ଚାରିପଟୁ ଘେରି ନେଇଛି ଚୀନ । ସେହିପରି ଅନେକ ଯୁଦ୍ଧ ବିମାନ ତାଇୱାନ ନିକଟରେ ପଇଁତରା ମାରୁଛନ୍ତି । ସେପଟେ ନିଜର ସୁରକ୍ଷା ପାଇଁ ଆମେରିକାଠାରୁ ୪୦୦ ଯୁଦ୍ଧ ବିଧ୍ୱଂସୀ କ୍ଷେପଣାସ୍ତ୍ର କିଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ତାଇୱାନ । ଏଥିପାଇଁ ୧.୧୭ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ପେଣ୍ଟାଗନ କହିଛି ।

ତେବେ ଏହି ଅସ୍ତ୍ର ଯୋଗାଣ ପୂର୍ବରୁ ଆମେରିକାର ଅନେକ ଯୁଦ୍ଧାସ୍ତ୍ର ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ତାଇୱାନ ହାସଲ କରିଛି । ସେହିପରି ଆମେରିକା ମଧ୍ୟ ଚୀନର ଆଭିମୁଖ୍ୟକୁ ଦେଖି ଯୋଜନାବଦ୍ଧ ଭାବେ ଅସ୍ତ୍ର ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com