ଅନ୍ୟାନ୍ୟ

ଅଜଣା ଗାଡି ଦୁର୍ଘଟଣାରେ ୩ ମୃତ

କେନ୍ଦ୍ରାପଡ଼ା, ୩୦/୧୨/୨୦୨୨-   କେନ୍ଦ୍ରାପଡା ଜିଲ୍ଲା ଚାନ୍ଦବାଲି ରାସ୍ତା ଜାମଧର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଅଟୋକୁ ଜଣେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଟୋଟି କଟକରୁ ଚାନ୍ଦବାଲି ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ୩ ଜଣଙ୍କ ପରିଚୟ ପର୍ଯ୍ୟନ୍ତ ମିଳି ପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com