ଅନ୍ୟାନ୍ୟ

ହିନ୍ଦୁ ଯୁବ ବାହିନୀର ଅନ୍ତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ତାଙ୍କର ଅନେକ କାମ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସେଥିମଧ୍ୟରୁ ‘ହିନ୍ଦୁ ଯୁବ ବାହିନୀ’ ସଙ୍ଗଠନ ହେଉଛି ଅନ୍ୟତମ । ହେଲେ ବର୍ତ୍ତମାନ ଏହି ସଙ୍ଗଠନ ପୂରାପୂରି ଭାବେ ଶେଷ ହୋଇଯାଇଛି । ଅର୍ଥାତ ଏହାର ସମସ୍ତ ୟୁନିଟକୁ ବନ୍ଦ କରିଦିଆଯାଇଛି । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା, ବ୍ଲକ୍ ସ୍ତରରେ ଯେଉଁ ଯେଉଁ ହିନ୍ଦୁ ଯୁବ ବାହିନୀର ୟୁନିଟ୍ ସ୍ଥାପନ କରାଯାଇଥିଲା, ଏବେ ସେ ସବୁକୁ ବନ୍ଦ କରିଦିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସବୁକୁ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲେ । ହେଲେ ଏହାସତ୍ତେ୍ୱ ମଧ୍ୟ କିଛି ୟୁନିଟ୍ ଜାରି ରହିଥିଲା । ତେବେ ଆଜିଠୁ ସେ ସମସ୍ତ ୟୁନିଟକୁ ବନ୍ଦ କରଦିଆଯାଇଛି । ଅର୍ଥାତ ଆଜିଠୁ ହିନ୍ଦୁ ଯୁବ ବାହିନୀ ନାମକ ସଙ୍ଗଠନର ବିଲୟ ଘଟିଛି ।

ହିନ୍ଦୁ ଯୁବ ବାହିନୀର ମୂଳଦୂଆ ନିଜେ ଯୋଗୀ ଆଦିତ୍ୟନାଥ ହିଁ ପକାଇଥିଲେ । ଏହାର ଆରମ୍ଭ ୨୦ ବର୍ଷ ତଳେ ଗୋରଖପୁରରୁ ହୋଇଥିଲା । ଗୋରଖପୁର ସହ ଯୋଗୀଙ୍କ ନିବିଡ ସମ୍ପର୍କ ଥିବାରୁ ଏହି ସଙ୍ଗଠନ ସେହିଠାରୁ ଆରମ୍ଭ ହୋଇଥିଲା । କାହିଁକି ଯୋଗୀ ସେଠାରେ ମଠ ମହନ୍ତ ସହିତ ସେଠାକାର ସାଂସଦ ମଧ୍ୟ ରହିଥିଲେ । ତେବେ ଯୋଗୀ ଆଦିତ୍ୟନାଥ ମଠ ମହନ୍ତରୁ ରାଜନୀତିକୁ ଆସିବା ପରେ ଏହି ହିନ୍ଦୁ ଯୁବ ବାହିନୀର ଗଠନ ହୋଇଥିଲା । ହିନ୍ଦୁ ଯୁବ ବାହିନୀ ନିଜକୁ ଗୋଟିଏ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ବୋଲି ପରିଚୟ ଦେଉଥିଲା । ଏହାର ମୂଳ ବିଚାରଧାରା ରହିଥିଲା ହିନ୍ଦୁତ୍ୱ ଓ ରାଷ୍ଟ୍ରବାଦ । ହିନ୍ଦୁ ଯୁବ ବାହିନୀର ୱେବସାଇଟ୍ ମୁତାବକ ହିନ୍ଦୁ ସମାଜର ଏକୀକରଣ ପାଇଁ ଏହି ସଙ୍ଗଠନ କାମ କରୁଥିଲା । ସମାଜ ଭିତରେ ଥିବା ଛୁଆଁ-ଅଛୁଆଁ ଭେଦଭାବ, ଉଚ୍ଚ-ନୀଚ୍ଚ ଭେଦଭାବ ଦୂର କରିବା ଏହା ଲକ୍ଷ୍ୟ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com