ଅନ୍ୟାନ୍ୟ

ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ଏନକାଉଣ୍ଟର

ଲକ୍ଷ୍ନୌ: ଆଜିଠୁ ଉତ୍ତରପ୍ରଦେଶରେ ଆରମ୍ଭ ହେବ  ଯୋଗୀଙ୍କ ସେକେଣ୍ଡ ଇନିଂସ । ଏଥିନିମନ୍ତେ ରାଜଧାନୀ ଲକ୍ଷ୍ନୌରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ  ଯୋଗୀଙ୍କ ଶପଥ ଗ୍ରହଣ ପୂର୍ବରୁ ଲକ୍ଷ୍ନୌରେ ହୋଇଛି ଫାୟାରିଂ। ପୁଲିସ୍‌ ଏନକାଉଣ୍ଟରରେ ଟଳିଛି ଜଣେ ଅପରାଧୀ। ଅପରାଧୀ ଜଣକ ହେଉଛି ରାହୁଲ ସିଂ ।

ଶୁକ୍ରବାର ଭୋରୁ ଭୋରୁ ରାହୁଲକୁ ପୁଲିସ୍‌ ହସନଗଞ୍ଜ ଅଞ୍ଚଳରେ ଘେରି ଯାଇଥିଲା। ଏହାପରେ ଉଭୟ ପକ୍ଷ ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ ଗୁଳିରେ ରାହୁଲ ଗୁରୁତର ହୋଇଥିବା ବେଳେ  ହସ୍ପିଟାଲରେ ଡାକ୍ତର ତାକୁ ମୃତ ଘୋଷଣା କଲେ।  ରାହୁଲ ପାଖରୁ ସୁନାଗହଣା, ଗୁଳି ଓ ପିସ୍ତଲ ଜବତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com