ଅନ୍ୟାନ୍ୟ

ବରଗଡ଼ ଧନୁଯାତ୍ରାର ବଳରାମ ଆଉ ନାହାଁନ୍ତି

ଭୁବନେଶ୍ୱର, ୦୯/୧୨/୨୦୨୨ –  ବରଗଡ଼ ଧନୁଯାତ୍ରା ପାଇଁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶିଶୁ କଳାକାର ଆଉ ନାହାଁନ୍ତି । ଖେଳୁ ଖେଳୁ ଚାଲିଯାଇଛି ତାଙ୍କ ଜୀବନ । ତାଙ୍କ ନାମ ହେଉଛି ଶ୍ରେୟସ ପୂଜାରୀ ।  ଘଟଣା ଅନୁସାରେ ଶ୍ରେୟସ ଖେଳୁଥିବା ସମୟରେ ପଡ଼ି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଅଭାବନୀୟ ଘଟଣା ଲୋକଙ୍କ ମନରେ ଦୁଃଖ ଖେଳାଇ ଦେଇଛି । ଏଥର ଧନୁଯାତ୍ରା ପାଇଁ ଚୟନ ହୋଇଥିବା ଶ୍ରେୟସଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ଗତବର୍ଷ ଧୁନୁଯାତ୍ରାରେ ଶ୍ରେୟସ ବଳରାମ ଭୂମିକାରେ ଅଭିନୟ କରିଥିଲେ । ଚଳିତ ବର୍ଷ ମଧ୍ୟ ବଳରାମ’ ଭୂମିକାରେ ଅଭିନୟ କରିବା ପାଇଁ ଶ୍ରେୟସଙ୍କୁ ଚୟନ କରା ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com